ପୁଣି ସପ୍ତାହକ ପାଇଁ ନିଲମ୍ବନ ହେଲେ; ତାରା ବାହିନୀପତି ଓ ରମେଶ ଜେନା

ପୁଣି ସପ୍ତାହକ ପାଇଁ ସସପେଣ୍ଡ ହେଲେ କଂଗ୍ରେସର ୨ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା। ଆଜି ପୁଣି ନିଲମ୍ବନର ଆଦେଶ କରିଛନ୍ତି ବାଚସ୍ପତି। ବିଧାନସଭାରେ ଲଗାତାର ବିଶୃଙ୍ଖଳା ପାଇଁ ବାଚସ୍ପତି ପୁଣି ନେଲେ ଏଭଳି ନିଷ୍ପତ୍ତି। କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବା ଅଭିଯୋଗରେ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ହେବାରେ ଲାଗିଛି। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ଗତକାଲି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ତେବେ କଂଗ୍ରେସର ସବୁ ବିଧାୟକ ଆର୍ଥାତ ୧୪ ଜଣ ବିଧାୟକ ସସ୍‌ପେଣ୍ଡ ହୋଇଛନ୍ତି।

Social media & sharing icons powered by UltimatelySocial