୫ ବର୍ଷରେ ଓଜନ ମାପ ଠକେଇରେ ଧରା ପଡିଛନ୍ତି ୩୬ ଜଣ ସୁନା ବ୍ୟବସାୟୀ

ଓଜନ ମାପ ଠକେଇରେ ଗତ ୫ ବର୍ଷରେ ୩୬ ଜଣ ସୁନା ବ୍ୟବସାୟୀ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିଛନ୍ତି..

ଅକ୍ଷର ବ୍ୟୁରୋ: ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ପ୍ରଦାନ କରିଛନ୍ତି। ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିଛନ୍ତି।
ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଜଣଙ୍କ ବିରୁଦ୍ଧରେ ଠକେଇ ମାମଲା ରୁଜୁ କରାଯାଇଛି ।

Social media & sharing icons powered by UltimatelySocial