ଅକ୍ଷର ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ବିତିଲାଣି । ବୈତରଣୀରେ ବହିଯାଇଛି ଅନେକ ପାଣି । ଓଡିଶା ରାଜନୀତିରେ ୨୪ ବର୍ଷର ପଟପରିବର୍ତ୍ତନ ହୋଇଛି । ବିଜେପି ସରକାର ଏବେ ଶାସନରେ । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯେତିକି ଚର୍ଚ୍ଚାରେ ନାହାନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ନେତା ତଥା ବିଜେଡିର ସର୍ବେସର୍ବା ପାଣ୍ଡିଆନ ବାବୁ । ବିଜେଡିରେ ସାଙ୍ଗଠନିକ ପରିବର୍ତ୍ତନ ହେଉ କି ସରକାରଙ୍କୁ ଟାର୍ଗେଟ କରିବା , ପାଣ୍ଡିଆନଙ୍କ ନାମକୁ ନେଇ ଏବେ ଚାରିଆଡେ ଉଠୁଛି ପଡୁଛି । ୨୦୨୪ ନିର୍ବାଚନରେ ବିଜେଡିର ମଙ୍ଗୁଆଳ ସାଜିଥିଲେ ପାଣ୍ଡିଆନ । ବିଜୁ ଜନତା ଦଳର ଶୋଚନୀୟ ପରାଜୟ ଘଟିଲା । ବିଦା ହେଲା ୨୪ ବର୍ଷର ଶାସନ । ଆଉ ଏସବୁ ଭିତରେ ପାଣ୍ଡିଆନ ନିଜ ପ୍ରତିଶୂତି ରକ୍ଷା କଲେ ।
ନିର୍ବାଚନ ପୂର୍ବରୁ ବିଜେଡି ହାରିଲେ ରାଜନୀତିରୁ ବିଦାୟ ନେବେ ବୋଲି ପାଣ୍ଡିଆନ ଘୋଷଣା କରିଥିଲେ । ଆଉ ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ବିଦାୟ ନେଲେ । କିନ୍ତୁ ନିର୍ବାଚନକୁ ବର୍ଷେ ବିତିଯାଇଥିଲେ ମଧ୍ୟ ପାଣ୍ଡିଆନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏହି ଚର୍ଚ୍ଚା ସୁନିୟୋଜିତ ଭଳି ଅନୁଭବ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଯେତିକି ଟାର୍ଗେଟ କରୁନାହିଁ ତାଠାରୁ ଅଧିକ ଟାର୍ଗେଟ କରୁଛି ଭିକେ ପାଣ୍ଡିଆନଙ୍କୁ । ନିକଟରେ ନବୀନ ନିବାସରେ ପାଣ୍ଡିଆନ ଏବେବି ସକ୍ରିୟ ଥିବା ସୁର ରାଉତରାୟଙ୍କ ପୁଅ ମନ୍ମତ ରାଉତରାୟ ମନ୍ତବ୍ୟ ଦେଇଥିଲେ । ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଥିବା କହିଥିଲେ ମନ୍ମଥ । ରାଜନୀତିରୁ ଆତ୍ମଘୋଷିତ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଏହାପୂର୍ବରୁ ଗୌତମ ଆଦାନୀଙ୍କ ପୁଅ ବାହାଘରରେ ଯୋଗଦେଇଥିଲେ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ହୋଇଥିଲା । ଆଗକୁ ବିଜେଡିର ନବକଳେବର ହେବାକୁ ଯାଉଛି । ନୂଆ ଟିମ ସହ ନୂଆ ରଣନୀତିରେ ବିଜେଡି ୨୦୨୯ ନିର୍ବାଚନ ଲଢିବାକୁ ଚେଷ୍ଟା ଚଳାଇଛି । ଆଉ ଏହାରି ମଧ୍ୟରେ ଏବେ ପାଣ୍ଡିଆନ ରାଜନୀତିରେ ସକ୍ରିୟ ହୋଇ ନିଜ ଗଢୁଥିବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
Leave a Reply