ଅକ୍ଷର ବ୍ୟୁରୋ : ୨୦୨୩ ତୁଳନାରେ ୨୦୨୪ ରେ ଅପରାଧିକ କାର୍ଯ୍ୟକଳାପ ବଢିଛି | ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ସୂଚନା ଦେଇଛନ୍ତି | କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧାର୍ତ୍ତବ୍ୟ ଅପରାଧ
ପଞ୍ଜିକୃତ ହୋଇଥିଲା |ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଧାର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି | ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ଅପରାଧ ପଞ୍ଜୀକୃତରେ ବୃଦ୍ଧି ଘଟିଛି |୨୦୨୩ ରେ ଚୋରିକୁ ନେଇ ମୋଟ ୧୬ହଜାର ୮ ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଛି |ଏବଂ ୨୦୨୪ରେ ଏହା ୧୭ ହଜାର ୮୦୫ ବୃଦ୍ଧି ହୋଇଛି |
୨୦୨୩ ତୁଳନାରେ ୨୦୨୪ ରେ ଅପରାଧିକ କାର୍ଯ୍ୟକଳାପ ବଢିଛି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Leave a Reply