ସ୍ୱାମୀର ଶରୀର ଜଳୁଥିବାବେଳେ ସହି ପାରିଲାନି ସ୍ତ୍ରୀ ,ଆଉ ଶେଷରେ ..

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମ୍ୟ ଶ୍ମଶାନରେ ଆଜି ଜଳୁଥିଲା ସୃଜନର ସୌଦାଗର କବି ପ୍ରଶାନ୍ତ ବିଶ୍ୱାଳ ଓ ପ୍ରେମିକାରୁ ପତ୍ନୀ ହୋଇଥିବା ଝରଣା ବିଶ୍ୱାଳଙ୍କ ପାର୍ଥିବ ଶରୀର l ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେବି ଉଭୟ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ ପ୍ରଗଳ୍ଭ। ବ୍ରେନଷ୍ଟ୍ରୋକ ଯୋଗୁଁ ପ୍ରଶାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ମଙ୍ଗଳବାର ଭୋରୁ ଏସ ସି ବି ମେଡିକାଲ କଲେଜ କଟକ ଠାରେ ପ୍ରଶାନ୍ତଙ୍କ ଦେହାନ୍ତ ଘଟିବା ଜଣାପଡିଥିଲା l

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ହୋଇଥାଏ | ବେଦୀରେ ବସିଲା ବେଳେ ହାତଗଣ୍ଠି ପଡିଲାବେଳେ ସମସ୍ତେ କହିଥାନ୍ତି ଯାହା ହେଉ ଏ ଯୋଡ଼ିକୁ ଉପରଵାଲା ଯୋଡ଼ିଛନ୍ତି l ତେବେ ବିବାହ ପରେ ପରସ୍ପର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ବ୍ରାହ୍ମଣ ପୁରୋହିତଙ୍କ ମନ୍ତ୍ର ପାଠରେ ଏବଂ ହୋମ ନିଆଁ ଆଗରେ ଶପଥ ନେଇଥାନ୍ତି l ତେବେ ବେଳେବେଳେ ଏମିତି କିଛି ଘଟଣା ଆଖି ସାମ୍ନାକୁ ଆସେ ଯାହା ହୃଦୟ ଭିତରେ ଲୁଚି ରହିଥିବା କୋହକୁ ରୋକି ପାରେନି | ଠିକ ସେମିତି ଆଜି ଆମେ ଆପଣଙ୍କୁ ଏକ ପତି ପତ୍ନୀଙ୍କ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ କହିବେ ହାଏରେ ବିଧାତା ତୁ ଏ କଣ କଲୁ | କାହିଁକି ଜଣେ ସ୍ତ୍ରୀ ଠାରୁ ସ୍ୱାମୀକୁ ଅଲଗା କରି ଶେଷରେ ତାକୁ ବି ନେଇଗଲୁ | ତେବେ ସାତ ଜନ୍ମର ସାଥି ହୋଇଥିବା ଏହି ପତି ପତ୍ନୀଙ୍କ କାହାଣୀ ଯେମିତି ଏଇଠୁ ଶେଷ ହୋଇଛି | କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମ୍ୟ ଶ୍ମଶାନରେ ଆଜି ଜଳୁଥିଲା ସୃଜନର ସୌଦାଗର କବି ପ୍ରଶାନ୍ତ ବିଶ୍ୱାଳ ଓ ପ୍ରେମିକାରୁ ପତ୍ନୀ ହୋଇଥିବା ଝରଣା ବିଶ୍ୱାଳଙ୍କ ପାର୍ଥିବ ଶରୀର l ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେବି ଉଭୟ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ ପ୍ରଗଳ୍ଭ। ବ୍ରେନଷ୍ଟ୍ରୋକ ଯୋଗୁଁ ପ୍ରଶାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ମଙ୍ଗଳବାର ଭୋରୁ ଏସ ସି ବି ମେଡିକାଲ କଲେଜ କଟକ ଠାରେ ପ୍ରଶାନ୍ତଙ୍କ ଦେହାନ୍ତ ଘଟିବା ଜଣାପଡିଥିଲା l ଅଡମ ଗ୍ରାମ୍ୟ ଶ୍ମଶାନରେ ଏହି ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପାର୍ଥିବ ଶରୀର ଜଳୁଥିବାବେଳେ ପତ୍ନୀ ଝରଣା ହୃଦଘାତର ଶୀକାର ହୋଇଥିଲେ l କାହିଁକି ନା ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ସବୁଦିନ ପାଇଁ ଆଖିବୁଜିଦେଇଥିଲେ ସ୍ତ୍ରୀ ଝରଣା l ଗୋଟିଏ ଜୁଇରେ ଉଭୟଙ୍କ ଦାହ ସତ୍କାର କରିଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ l କବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ, ସାଙ୍ଗକୁ ସାହିତ୍ୟ ସମୀକ୍ଷାରେ ଧୂରୀଣ ଥିବା ପ୍ରଶାନ୍ତ ଓ ପ୍ରେୟସୀ ଝରଣା ଉଭୟେ ମେଘ ଆକାଶରେ ତାରା ପାଲଟି ଯାଇଥିଲେ lଉଭୟଙ୍କ ବିୟୋଗରେ କେବଳ ଜନ୍ମମାଟି ମାହାଙ୍ଗା ନୁହେଁ ସାରସ୍ୱତ ଜଗତରେ ଶୋକର ଛାୟା ଖେଳି ଯାଇଛି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial