ସାଲେପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳନ

ଅକ୍ଷର ବ୍ୟୁରୋ : ସାଲେପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି l ସ୍ଥାନୀୟ ପୀରବଜାର ଯାତ୍ରା ପଡିଆ ଠାରେ ଆୟୋଜିତ ସାଧାରଣ ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏକ ବିରାଟ ରାଲି ଯୋଗେ ସଭସ୍ଥଳି ରେ ପହଞ୍ଚି ତ୍ୟାଗ ସମର୍ପଣର ଏହି ଦଳ ସବୁ ସମୟରେ ଓଡ଼ିଶାବାସି ଙ୍କ ସେବାରେ ରହିଛି । ବର୍ତମାନ ର ସରକାର ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିଛନ୍ତି ତାହା ଆଗାମୀ ଦିନରେ ଜବାବ ଦିଆଯିବ । ସାଲେପୁର ଜନ ସାଧାରଣ ସର୍ବଦା ବିଜୁ ଜନତା ଦଳ ସହିତ ରହିଛନ୍ତି ସମସ୍ତେ ସଂକଳ୍ପ ନେବା ସହିତ ଓଡ଼ିଶା ର ଉନ୍ନତି ପାଇଁ ସମସ୍ତେ ଏକାଠି ହେବା କହିଥିଲେ ।
ନବୀନ ସରକାର ଙ୍କ ବିଭିର୍ନ ଲୋକାଭିମୁଖୀ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଅଧିକ ରୁ ଅଧିକ ଲୋକ ମାନଙ୍କୁ ଦଳ ସହ ଯୋଡିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ଏହି କାର୍ଯ୍ୟ କ୍ରମ ରେ ବହୁ ବିଜେଡି ନେତା ଏବଂ ଶତାଧୀକ ବିଜୁ ପ୍ରେମୀ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial