ସାଥି ହୋଇ ଜୀବନ ହାରିଲେ ପ୍ରେମୀଯୁଗଳ

ଅକ୍ଷର ବ୍ୟୁରୋ : ପରକୀୟା ପ୍ରିତି ପାଇଁ ଚାଲିଗଲା ଦୁଇ ପ୍ରେମୀଯୁଗଳଙ୍କ ଜୀବନ ।ଯାହାଫଳରେ ଚରମ ନିଷ୍ପତ୍ତି ନେଇଗଲେ ପ୍ରେମୀଯୁଗଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡିର ଅଲାରିଗଡ଼ ଗ୍ରାମରେ ଥିବା ଢିମ୍ଭୀରା ପାହାଡ଼ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ତେବେ ଦୁହେଁ ବିବାହିତ ଥିବା ଜଣାପଡ଼ିଛି । ଉଭୟଙ୍କର ୩ଟି ଲେଖାଏଁ ପୁଅଝିଅ ଥିବା ମଧ୍ୟ ସୂଚନା ମିଳିଛି ।

ବିବାହ ପରେ ମଧ୍ୟ ଦୀର୍ଘଦିନ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ୧୦ ଦିନ ହେବ ଦୁହେଁ ଘର ଛାଡି ଫେରାର ହୋଇଯାଇଥିଲାବେଳେ ଆଜି ଢିମ୍ଭୀରା ପାହାଡ଼ରୁ ଦୁହିଁଙ୍କର ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ଯବୁକ ପାଟପୁର ଅଞ୍ଚଳର ହୋଇଥିବା ବେଳେ ମହିଳାଙ୍କ ଘର ସାନଖେମୁଣ୍ଡି ଜୁରା ଅଞ୍ଚଳରେ ହୋଇଥିବାସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial