ଗୋଟିଏ ପରିବାରରୁ ତିନି ଜଣ ଲ୍ୟାବ ଇନଚାର୍ଜ ଚାକିରି ମିଳିଥିବା ସୂଚନା

ଅକ୍ଷର ବ୍ୟୁରୋ: ସରକାରୀ ପ୍ୟାଥଲ୍ୟାବ ର ଅଧିକାରୀ ମାନେ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି l ଠିକ ସମୟ ରେ ଆସୁନାହାନ୍ତି ଲ୍ୟାବ ଇନଚାର୍ଜ ମାନେ l ଗୋଟିଏ ପରିବାର ରୁ ୩ ଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ ଗାଦି ମାଡି ବସିଥିବା ଅଭିଯୋଗ ଆସିଛି l ଗୋଟିଏ ପରିବାର ରୁ ତିନି ଜଣ ଲ୍ୟାବ ଇନଚାର୍ଜ ଚାକିରି ମିଳିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଏମାନଙ୍କ ବିରୋଧରେ l ସରାକରୀ ଲ୍ୟାବ ର ଇନଚାର୍ଜ ହୋଇ ବେସରକାରୀ ଲ୍ୟାବ ସହିତ ହାତ ମିଳାଇ ବେସରକାରୀ ଲ୍ୟାବ କୁ ଟେଷ୍ଟ ପାଇଁ ପଠାଉଥିବା ଅଭିଯୋଗ ଆସିଛି l ଏମିତି କି ଦୀର୍ଘ ସମୟ ଧରି ମେଡିକାଲ ଲ୍ୟାବ ରେ ତାଲା ଝୁଲୁଥିବା ଦୃଶ୍ୟ କ୍ୟାମେରା ରେ କଏଦ୍ ହୋଇଥିବା ବେଳେ ରୋଗୀ ମାନଙ୍କର ଟେଷ୍ଟ ପାଇଁ କାଳେ ବେସରକାରୀ ଲ୍ୟାବ୍ ପଠାଉଛନ୍ତି ଏହି ଇନ୍ ଚାର୍ଜ ମାନେ l ସରକାର ଲ୍ୟାବ ର ସମସ୍ତ ମେସିନ ଯନ୍ତ୍ରପାତି ଯୋଗାଇବା ପରେ ବି କାହିଁକି ସାଧାରଣ ଲୋକ ମାନେ ବେସରକାରୀ ଲ୍ୟାବ କୁ ଟେଷ୍ଟ ପାଇଁ ଯାଇଛନ୍ତି l ଏମିତି କି ସରକାରୀ ମେଡିକାଲ ସାମ୍ନା ରେ ଛତୁ ଫୁଟିଲା ଭଳି ବେସରକାରୀ ଲ୍ୟାବ ଗୁଡିକ ଗଢ଼ିଉଠିଥିବା ବେଳେ ବାବୁ ମାନଙ୍କର କାଳେ, “ସୋନେ ପେ ସୋହାଗା” । ବେସରକାରୀ ପାଥୋଲାବ୍ କୁ ଗଲେ ବାବୁ ଙ୍କ ହାତ କାଳେ ଚିକ୍କଣ ହୁଏ ବୋଲି ଅଭିଯୋଗ ହେଉଛି।ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ୩ ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ମାହାଙ୍ଗା ନିଶ୍ଚିନ୍ତକୋଇଲି ଆଉ ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ପ୍ୟଥୋଲ୍ୟାବ ର ଇନଚାର୍ଜ ମାନେ ଠିକ ସମୟ ରେ ଆସୁନାହାନ୍ତି, କି ଟେଷ୍ଟ ମଧ୍ୟ ସଠିକ୍ ଢ଼ଙ୍ଗରେ ସେ କରୁନଥିବା ଅଭିଯୋଗ ହୋଇଛି l କୁଆଡେ ଏହି ତିନି ଜଣ ଲ୍ୟାବ ଇନଚାର୍ଜ ଗୋଟିଏ ପରିବାର ରୁ ଦୀର୍ଘ ଦିନ ହେବ ଅଛନ୍ତି l କିଛି ପ୍ରଭାବ ଶାଳି ଲୋକ ଏମାନେ ଏମାନଙ୍କୁ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି l
ଲ୍ୟାବ ଇନଚାର୍ଜ ନରହି ଠିକା ସଂସ୍ଥା ର ପିଲା ମାନେ ଟେଷ୍ଟ କରୁଛନ୍ତି l ଏ ନେଇ ମେଡିକାଲ ଅଧିକାରୀ ଙ୍କୁ ମଧ୍ୟ ପଚାରିଥିଲୁ କିନ୍ତୁ ସେ ଜାଣି ଶୁଣି ନ ଜାଣିଲା ପରି ଅଭିନୟ କରିଥିଲେ କିନ୍ତୁ ସେ ନିଜେ ସିୟୁ କାର କରିଥିଲେ ଆଜି ମଧ୍ୟ ଲ୍ୟାବ ଖୋଲି ବାରେ ବିଳମ୍ବ ହୋଇଛି ୲ ଏଠି ପ୍ରଶଂ ଉଠୁଛି ମେଡିକାଲ ଅଧିକାରୀ ସବୁ ଜାଣି ଶୁଣି କାହିଁକି ଚୁପ୍ ବସିଛନ୍ତି ୲ ଏ ନେଇ କଟକ ଜିଲ୍ଲାପାଳ ଙ୍କୁ ପଚାରିଥିଲୁ ୲ ଜିଲ୍ଲା ପାଳ କହିଛନ୍ତି ତାଙ୍କ ଉପରେ ତଦନ୍ତ କରି କାଯ୍ୟ ଅନୁଷ୍ଠାନ ନିଆଯିବ ୲ଅନ୍ୟ ପଟେ ମାହାଙ୍ଗା ର ବିଧାୟକ କହିଛନ୍ତି ଏ ଖବର ମୁଁ ଏବେ ପାଇଲି ଏମାଙ୍କ ଉପରେ ତଦନ୍ତ କରି କାଯ୍ୟ ଅନୁଷ୍ଠାନ ନେବା ପାଇଁ ମାହାଙ୍ଗା ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ୲ ଏଠି ସ୍ୱାସ୍ଥ୍ୟ ବିଭାଗ ର ଉଚ୍ଚ କତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ଅତି ଜରୁରୀ ହୋଇ ପଡିଛି l ଏପରି ମନ ମୁଖି କାର୍ଯ୍ୟ କରୁଥିବାରୁ ବେସରକାରୀ ଲ୍ୟାବ ଗୁଡିକ ମାଲେ ମାଲେ ହେଉଥିବା ବେଳେ, କୋଟି କୋଟି ଟଙ୍କା ବିନିଯୋଗ ରେ ସରକାରୀ ଅର୍ଥରେ କିଣା ଯାଇଥିବା ଟେଷ୍ଟିଂ ଯନ୍ତ୍ରପାତି ଏବେ ଖତ ଖାଉଥିବା ଦେଖା ଯାଉଚି। ଜଗନ୍ନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ର ଗେଟ ସାମ୍ନା ରେ ବେସରକାରୀ ଲ୍ୟାବ ହୋଇଛି l କେମିତି ଏହି ଲ୍ୟାବ କୁ ସିକୁର୍ତ୍ତୀ ମିଳିଲା ତାହା ଏବେ ବଡ଼ ପ୍ରଶ୍ନ l ଯେତେବେଳେ ଆମେ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଁଚିଥିଲୁ ସେଠି ପ୍ୟାଥଲ୍ୟାବ ରେ ତାଲା ଝୁଲୁଥିଲା l ଲ୍ୟାବ ର କୌଣସି କର୍ମ ଚାରି ବି ନଥିଲେ l ଏମିତି କି ଗତ ମାସ ୧୩ତାରିଖ ରେ କୁଣ୍ଡି ଗ୍ରାମ ର ଆଜିତେଶ୍ୱର ଦାସ ଅଭିଯୋଗ କରିଛନ୍ତି ଯେ ଜଗନ୍ନାଥପୁର ମେଡିକାଲ ର ଡାକ୍ତର ତାଙ୍କୁ ଟେଷ୍ଟ ପାଇଁ ବେସରକାରୀ ଲ୍ୟାବ କୁ ପଠେଇଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ପାଖକୁ ଏ ନେଇ କଣ କହୁଛନ୍ତି ତାଙ୍କ ପୁଅ l
ଖାଲି ସେତିକି ନୁହଁ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା କଡରେ ଥିବା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବି ସମାନ ଅବସ୍ଥା ଏଠି ବି ଲ୍ୟାବ କର୍ମ ଚାରି ମାନେ ସଠିକ ସମୟ ରେ ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ମାନେ l ଯାହା ଫଳରେ ସାଧାରଣ ଗରିବ ରୋଗୀ ଟି ବାହାରେ ଟେଷ୍ଟ କରି ଶୋଷଣ ଶିକାର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l ଏପଟେ ସରକାରୀ ଲ୍ୟାବ ରେ ସଠିକ ଭାବେ ଟେଷ୍ଟ ନ ହେବାରୁ ବେସରକାରୀ ଲ୍ୟାବ ଗୁଡିକ ଅଧିକ ଟଙ୍କା ନେଉଥିବା ମନ୍ଦ୍ୟ ଅଭିଯୋଗ ହେଉଛି l ସେତିକି ରେ ସରିନି ଆସନ୍ତୁ ଦେଖିବା ମାହାଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ର ଦୃଶ୍ୟ ଏଠି ବି ଲ୍ୟାବ ଇନଚାର୍ଜ ଆସିନାହାନ୍ତି l ଠିକା ସଂସ୍ଥା ର କର୍ମ ଚାରି ମାନେ ଆସି ଲ୍ୟାବ ଖୋଲି ବସିଛନ୍ତି l କିନ୍ତୁ ସରକାରୀ ଲ୍ୟାବ ଇନଚାର୍ଜ ଆସୁନାହାନ୍ତି l ଏ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି l କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ର କର୍ମ ଚାରି ମାନେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନାହାନ୍ତି l କିନ୍ତୁ ଏହି ବାବଦରେ ମାହାଙ୍ଗା ବିଧାୟକ କହିଛନ୍ତି ଯଦି ଏମିତି ଘଟଣା ହୋଇଥିବା ତଦନ୍ତ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି lସରକାର ଲ୍ୟାବ ପାଇଁ ସବୁ ଯନ୍ତ୍ର ପାତି ଯୋଗାଇଛନ୍ତି l କର୍ମ ଚାରି ବି ସରକାର ଙ୍କ ଠାରୁ ଦରମା ନେଉଛନ୍ତି l କିନ୍ତୁ ଏମିତି କିଛି କର୍ମ ଚାରି ପାଇଁ ସରକାର ବଦନାମ ହେଉଛନ୍ତି l ଏବେ ଦେଖିବାକୁ ବାକି ରହିଲା କେବେ ସରକାର ଏହି ଲ୍ୟାବ ଇନଚାର୍ଜ ମାନଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ନେଉଛନ୍ତି ।
Leave a Reply