ଅକ୍ଷର ବ୍ୟୁରୋ : ସରକାରଙ୍କ ଅବହେଳା ଯୋଗୁ ରାଜରାସ୍ତାରେ ଚାଷୀ | ମଣ୍ଡିରୁ ଧାନ ନଉଠିବାରୁ ଯାଜପୁର ସିଂହପୁର ମୁଖ୍ୟ ରାସ୍ତା ଉପରେ ଧାନ ରଖି ଧାରଣାରେ ବସିଲେ ଚାଷୀ | ରାଜ୍ୟ ସରକାରଙ୍କ ଅପାରଗତା ଓ ମିଲରମାନଙ୍କ ଅବହେଳା ଯୋଗୁ ଚାଷୀ ହତାଶ | ଜିଲ୍ଲା ପ୍ରଶାସନ ମନୋରଞ୍ଜନ କାର୍ଯ୍ୟକ୍ରମରେ ମତିଥିବା ବେଳେ ଚାଷୀଙ୍କ ଦୁଃଖ ବୁଝିବାକୁ ତାଙ୍କ ପାଖରେ ସମୟ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ | ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଞ୍ଝାରପୁର ବ୍ଲକରେ ଖୋଲା ଯାଇଥିବା ଧାନ ମଣ୍ଡିକୁ ମିଲରମାନେ ଗାଡି ପଠାଉ ନାହାଁନ୍ତି ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ଯେଉଁଥିପାଇଁ ଚାଷୀମାନଙ୍କ ଧାନ ଉଠି ପାରୁ ନାହିଁ | ଯାହାକୁ ହେଇ ଆଜି ଚିକଣା ପଞ୍ଚାୟତର ଶତାଧିକ ଚାଷୀ ଯାଜପୁର ସିଂହପୁର ରାସ୍ତା ଉପରେ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି | ସେମାନଙ୍କ କହିବା ଅନୁଯାୟୀ ମିଲରମାନେ ଜୋରଜବରଦସ୍ତ ପାଞ୍ଚରୁ ଛଅ କିଲୋ ଧାନ କାଟୁଛନ୍ତି ତାହା ପରେବି ସେମାନେ ମଣ୍ଡିକୁ ଗାଡି ପଠାଉ ନାହାଁନ୍ତି | ଯେଉଁଥିପାଇଁ ଧାନ ମଣ୍ଡିରେ ପାଞ୍ଚ ଛଅଦିନ ଧରି ପଡିରହୁଛି | ସ୍ଥାନୀୟ ଚାଷୀମାନେ ଏ ବିଷୟରେ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ | ତେଣୁ ଯେ ପର୍ଯ୍ୟନ୍ତ ସରକାର ଚାଷୀଙ୍କ ଦୁଃଖ ନବୁଝିଛନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବଵୀ ଦେଇଛନ୍ତି |
ସରକାରଙ୍କ ଅବହେଳା ଯୋଗୁ ରାଜରାସ୍ତାରେ ଚାଷୀ , ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ |

Leave a Reply