ସମାଜ ସେବା ର ଅନନ୍ୟ ଉଦାହରଣ ।

ଅକ୍ଷର ବ୍ୟୁରୋ : ଆଜିର ସମୟରେ ପ୍ରାୟ ଅଧିକାଶଂ ସଂଗଠନ ସମାଜ ସେବା କରୁଛନ୍ତି। କିନ୍ତୁ ନିଜ ଚାକିରି ସରିବା ପରେ ନିଜ ପେନସନ ଟଙ୍କାରେ ସ୍ୱତ ପ୍ରବୃତ ଭାବେ ଅସହାୟ ଦୁସ୍ଥ ଲୋକ ଓ ପରିବାର କୁ ସାହାଯ୍ୟ କରିବା କମ ଦେଖାଯାଏ।ଏଭଳି ଜଣେ ମଣିଷ ଶଶଧର ପଣ୍ଡା ଯେଏକି ନିଜସ୍ବ ଅର୍ଥରେ ସମାଜ ସେବା କୁ ବ୍ରତ ଭାବେ ଗ୍ରହଣ କରିଛନ୍ତି।ଆଜି ନିଶ୍ଚିନ୍ତକୋଇଲି ବ୍ଲକ ରିସୋ ଗ୍ରାମର ମହେନ୍ଦ୍ର ମଲ୍ଲିକ ବୟସ ୫୦ ହେବ ଆଜକୁ ୪ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇପଡିଛନ୍ତି ।ଏହି ଖବର ଆମ ଗଣମାଧ୍ୟମ ଜରିଆରେ ପାଉପାଉ ଆଜି ମହେନ୍ଦ୍ର ମଲ୍ଲିକ ଙ୍କ ଘରେ ପହଞ୍ଚି ତାଙ୍କୁ ୧୦ ହଜାର ଟଙ୍କା ସାହାଯ୍ୟ କରିବା ସହିତ ଆଗାମୀ ଦିନରେ କଟକ ବଡ ମେଡିକାଲ ନେଇ ଆହୁରି ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।ଏହାକୁ ତ କହନ୍ତି ସମାଜ ସେବା ଓ ସେବା କରିବାର ଅନନ୍ୟ ଉଦାହରଣ ।ଶଶଧର ପଣ୍ଡାଙ୍କ ଏହି ସମାଜ ସେବା କୁ ଭୂୟସୀ ପ୍ରଶଂସା କରିଛନ୍ତି ଲୋକେ।ଏହାପରେ ରିସୋ ଗ୍ରାମରେ ଆୟୋଜିତ ହେଉଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପହଞ୍ଚି ରିସୋ ଗ୍ରାମର ସମସ୍ତ ଗ୍ରାମବାସୀ ମାନଙ୍କ ଉନ୍ନତି ଓ ନିରୋଗ ଜୀବନ ର ଆଶ୍ରୀବାଦ ଭିକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial