ଷ୍ଟଣ୍ଟ କରିବା ବେଳେ ଆହତ ହେଲେ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱା ; ହସ୍ପିଟାଲରେ ଭର୍ତ୍ତି

ଅକ୍ଷର ବ୍ୟୁରୋ : ପଞ୍ଜାବୀ କଣ୍ଠଶିଳ୍ପୀ ତଥା ଅଭିନେତା ଗୁରୁ ରନ୍ଧାୱାଙ୍କୁ ନେଇ ଏକ ଖରାପ ଖବର ଆସିଛି | ସେ ଷ୍ଟଣ୍ଟ କରିବା ସମୟରେ ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି | ହସ୍ପିଟାଲ ବେଡ଼ରୁ ଏକ ଫଟୋ ସାମ୍ନାକୁ ଆସିଛି ,ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ସେ ଏବେ ଆହତ ଅବସ୍ଥାରେ ଅଛନ୍ତି |

ସୂଚନାନୁସାରେ , ଗୁରୁ ରନ୍ଧାୱା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଶୌଙ୍କି ସର୍ଦ୍ଦାର’ର ସୁଟିଂ କରୁଛନ୍ତି | ସୁଟିଂ ସେଟରେ ଏକ ଷ୍ଟଣ୍ଟ କରିବା ସମୟରେ ସେ ଆହତ ହୋଇଥିଲେ | ଏନେଇ ସେ ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ୍‌’ ରେ ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି , ଯେଉଁଥିରେ ତାଙ୍କୁ ହସ୍ପିଟାଲ ବେଡ଼ ଉପରେ ଆହତ ଅବସ୍ଥାରେ ଶୋଇଥିବାର ଦେଖିବାକୁ ମିଳିଛି | ତାଙ୍କ ବେକ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial