ଭୁବନେଶ୍ୱର : ମହାଶିବରାତ୍ରି ପାଇଁ ସରିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସ୍ତୁତି ବୈଠକ | ରାତି ୧୦ଟାରେ ଉଠିବ ମହାଦୀପ | ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ବୈଠକରେ ସମସ୍ତ ବିଭାଗ ଉପସ୍ଥିତ ରହିଥିଲେ | ଠିକ ସମୟରେ କିପରି ଭାବରେ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ହେବ ସେ ନେଇ ସେବାୟତ ମାନଙ୍କୁ କୁହାଯାଇଛି | ଭକ୍ତ ମାନେ କିଭଳି ଭଲ ଭାବରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଏବଂ ଦୀପ ଜାଳିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ | ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଅଧିକ ଅଧିକାରୀ ନିୟୋଜିତ ହେବେ ବୋଲି ପୋଲିସ କମିଶନର ପକ୍ଷରୁ ସୂଚନା ମିଳିଛି |ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି | ଏବଂ ପ୍ରସ୍ତୁତି ବୈଠକରେ କିଛି ନିଯୋଗ ଉପସ୍ତିତ ନଥିବାରୁ ସେମାନେ ସୁରୁଖୁରେ ସମ୍ପନ୍ନ କରିବା ପାଇଁ ବିଧାୟକ ସିଂ ଅନୁରୋଧ କରିଛନ୍ତି |
ଶିବରାତ୍ରି ଦିନ ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ , ନୀତିକାନ୍ତି ଠିକ କରିବାକୁ ସେବାୟତଙ୍କୁ ନିର୍ଦ୍ଦେଶ

Leave a Reply