ଶିବରାତ୍ରିରେ ମହାକୁମ୍ଭରେ ଶେଷ ସ୍ନାନ ; ମହାକୁମ୍ଭର ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ ଆଦିତ୍ୟନାଥ

ଅକ୍ଷର ବ୍ୟୁରୋ : ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ରିପୋର୍ଟ ଅନୁସାରେ ୧୩ ଜାନୁଆରୀରୁ ଏପର୍ଯ୍ୟନ୍ତ ୬୨ କୋଟିରୁ ଉର୍ଦ୍ଧ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି | ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ବହୁ ସଂଖ୍ୟାରେ ଭିଡ଼ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଏବଂ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ ଭଲରେ ପରିଚାଳନା ହୋଇଛି | ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସଫାସୁତୁରା କରୁଥିବା କର୍ମଚାରୀଙ୍କୁ ଖୁବ ପ୍ରଶଂସା କରିଥିଲେ | ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିବା ପାଇଁ ଘୋଷଣା କରିଛନ୍ତି |

ପ୍ରୟାଗରାଜ କୁମ୍ଭମେଳା ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଥିଲା ବେଳେ ମହାଶିବରାତ୍ରୀରେ ଶେଷ ସ୍ନାନ କରିବେ ଶ୍ରଦ୍ଧାଳୁ | ତେବେ ଶେଷ ସ୍ନାନ ପାଇଁ ମହାକୁମ୍ଭରେ ଭିଡ଼ ଆହୁରି ବଢ଼ିବାରେ ଲାଗିଛି | ଗତ ୪ ଦିନରେ ସିଏମ ଯୋଗୀ ୩ଥର ପ୍ରୟାଗରାଜ ପହଞ୍ଚି ତଦାରଖ କରିସାରିଛନ୍ତି | କେବେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରୁଛନ୍ତି ଆଉ କେବେ ଅଧିକାରୀମାନଙ୍କ ସହ ବୈଠକ କରୁଛନ୍ତି | ୟୁପି ସରକାର ସନାତନ ଧର୍ମର ଏହି ବଡ଼ ଆୟୋଜନରେ ପୁରା ଶକ୍ତି ଲଗାଇଦେଇଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial