ଅକ୍ଷର ବ୍ୟୁରୋ : ରେଳ ଧାରଣା ନିକଟରେ ସେଲ୍ଫି ଉଠାଇଲେ ନିଆଯିବ କାର୍ଯ୍ୟନୁଷ୍ଠାନ | ରେଳବାଇ ଆଇନ ଧାରା ୧୪୭ ଏବଂ ୧୫୩ ଅନୁଯାୟୀ ରେଳ ଧାରଣାରେ କିମ୍ବା ରେଳ ଟ୍ରାକରେ କୌଣସି ବ୍ୟକ୍ତି ସେଲ୍ଫି ଉଠାଉଥିବା ବେଳେ ଜରିମାନା ହୋଇପାରେ ଏମିତିକି ଜେଲ ମଧ୍ୟ ହୋଇପାରେ | ଅନେଇ କଠୋର ହେଇଛି ପୂର୍ବତଟ ରେଳବାଇ| ରେଳ ଟ୍ରାକ କିମ୍ବା ରେଳ ଧାରଣାରେ ସେଲ୍ଫି ଉଠେଇବା ସମୟରେ ବହୁ ମୂଲ୍ୟବାନ ଚାଲିଯାଉଥିବାରୁ ଏଭଳି କଡ଼ା ନିୟମ କରାଯାଇଛି | ଦିନକୁ ଦିନ ରେଳ ଧାରଣା ନିକଟରେ ସେଲ୍ଫି ବଢ଼ୁଥିବାରୁ ତାହା ଅନେକ ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ବିପଦରେ ପଡୁଛି | ଏବଂ ଅନେକ ସମୟରେ ସେମାଙ୍କର ଦୟନୀୟ ମୃତ୍ୟୁ ମଧ୍ୟ ହେଉଛି | ତେଣୁ ପିଲାଙ୍କ ଠାରୁ ଆରମ୍ଭ କରି ଅଭିଭାବକ ସ୍କୁଲ ଓ କଲେଜ କତ୍ତୃପକ୍ଷଙ୍କୁ ସଚେତନ କରାଇବାକୁ ରେଳପଥ ଏକ ଅଭିଯାନ ଆରମ୍ଭ କରିଛି|
ରେଳ ଧାରଣାରେ ସେଲ୍ଫି ନେଲେ ମିଳିବ ଜେଲ ଦଣ୍ଡ

Leave a Reply