ରିଆମାଳ ବ୍ଲକ କରଲଗା ଗ୍ରାମରେ କରଲଗା କ୍ରିକେଟ୍ କ୍ଲବ୍ ପକ୍ଷରୁ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅକ୍ଷର ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ଗ୍ରାମରେ କରଲଗା କ୍ରିକେଟ୍ କ୍ଲବ୍ ପକ୍ଷରୁ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଆୟୋଜକ ଲିପୁ, ଅଭି, ସୁନିଲ ସେଠି, ସନ୍ତୁ, ମିଲନ,ବରୁଣ, ସୂର୍ଯ୍ୟକାନ୍ତ, ରାକେଶ, ଉମେଶ ଓ ରିତେଶଙ୍କ ତତ୍ତ୍ଵାବଧାନରେ ଏବର୍ଷର କରଲଗା କ୍ରିକେଟ କପ୍ ୨୦୨୫ ଫାଇନାଲ ମ୍ୟାଚ ବାଗେଡିଆ ଓ ଦୁବନାଳୀ ମଧ୍ୟରେ ଉଦଯାପନୀ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ରୀମତୀ ଗିନି ରାଉତ, କରଲଗା ପଞ୍ଚାୟତ ସମିତିସଭ୍ୟ ଜୀବନ ବେହେରା ଓ ପୂର୍ବତନ ସରପଞ୍ଚ ତଥା ନାଏବ ସରପଞ୍ଚ କୁଳମଣି ରାଉତ ପ୍ରମୁଖ ମଞ୍ଚାସିନ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଅନ୍ତିମ ପର୍ଯ୍ୟାୟ ଫାଇନାଲ ମ୍ୟାଚରେ ବାଗେଡ଼ିଆ ଓ ଦୁବନାଳୀ କ୍ରିକେଟ କ୍ଲବ୍ ମଧରେ ଖେଳ ରହିଥିଲା। ଏହି ମ୍ୟାଚରେ ବାଗେଡିଆ ବିଜୟ କରିଥିଲା। ଆଜିର ଖେଳ ପରିଚାଳନାରେ ଫିରୋଜ୍ ଖାଁ ଓ ଦିପାନ୍ସୁ ରାଉତ ରହିଥିବା ବେଳେ ସ୍କୋର ବୋର୍ଡ଼ ରେ ବାପି , ଲିପୁନ ଭାଷଣ ବାଜି ଦାୟିତ୍ୱରେ କରଲଗା କ୍ରିକେଟ କ୍ଲବ୍ ର ସମସ୍ତ ସଦସ୍ୟ ତୁଲାଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଭୟ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial