ପୁରୀ : ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | ସେ କହିଛନ୍ତି , ସରକାର ଦେଇଥିବା କଣ୍ଟରେ ସରିବନି ରତ୍ନଭଣ୍ଡାର ଗଣତି | ଡେଡ଼ଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ | ଯେତିକି ଆକଳନ କରାଯାଇଥିଲା ତାଠୁ ଅଧିକ ମରାମତି କାମର ଆଵଶ୍ୟକତା ରହିଛି | ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି | ଆଉ ମାସେ କିମ୍ବା ଦୁଇ ମାସ ମାଗିବା ମରାମତି ପାଇଁ , ଏହା ପରେ ଗଣତି ମଣତି ପକ୍ରିୟା ଆରମ୍ଭ କରିପାରିବୁ | ରଥଯାତ୍ରା ପୂର୍ବରୁ ଗଣତି ମଣତିର ପକ୍ରିୟା ଶେଷ କରିବୁ |ଏଏସଆଇ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା , ମହାପ୍ରଭୁ ରୀତିନୀତି ସହିତ ମରାମତି ଚାଲୁଛି | ରୀତିନୀତି ଚାରି ରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି | ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା ,ଏଏସଆଇ ସହମତିରେ କାମ ଚାଲିଛି |
ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି ପକ୍ରିୟା : ଆଇନ ମନ୍ତ୍ରୀ

Leave a Reply