ଭୁବନେଶ୍ୱର : ଆଜିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରି ଆରମ୍ଭ ହେଉଛି | ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସମସ୍ତ ଚାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି |
ସୂଚନା ଅନୁଯାୟୀ , ପ୍ରଥମ ଦିନରେ ଓଡ଼ିଆ ବିଷୟ ରହିଛି | ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା | ସକାଳ ୧୦ ତା ରୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ |ପ୍ରଥମ ଦିନରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମଆଇଏଲ ପରୀକ୍ଷା ରହିଥିବା ବେଳେ ଆସନ୍ତାକାଲିଠୁ +୨ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ | ଏବଂ ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ | ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଏବଂ କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି |
Leave a Reply