ସୋର : ଯାତ୍ରା ଦେଖିବାକୁ ଯାଇଥିଲା ବେଳେ ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଲୁଟେରା | ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ଅଞ୍ଚଳର ତୁଣ୍ଡପଡ଼ା ଗାଁରୁ | ଗୋଟିଏ ଗାଁର ୪ଟି ଘରୁ ଚୋରି ହୋଇଥିବା ସୂଚନା ମିଳିଛି | ରାତିଅଧରେ କବାଟ ଭାଙ୍ଗି ୧୦ରୁ ଅଧିକ ଲୁଟେରା ଘରେ ପଶି ଲକ୍ଷାଧିକ ତାଙ୍କର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିଲେ | ଯାତ୍ରାରୁ ଫେରିବା ପରେ ପରିବାର ଲୋକେ ଏ ବାବଦରେ ଜାଣିଥିଲେ | ସିସିଟିଭି କ୍ୟାମେରାରେ ଲୁଟ ସମୟର ଦୃଶ୍ୟ କଏଦ ହୋଇଥିବା ବେଳେ ସୂଚନା ପାଇଁ ସୋର ପୋଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି |
ଯାତ୍ରା ଦେଖିବାକୁ ଯିବା ହେଲା କାଳ : ଘରେ କଳାକନା ବୁଲାଇଲେ ଲୁଟେରା

Leave a Reply