ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢିଲା !

ଅକ୍ଷର ବ୍ୟୁରୋ : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢିଲା । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ନେଇ ସୂଚନା ମିଳିଛି । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ ନେଇ କ୍ୟାବିନେଟ କମିଟିର ଅନୁମୋଦନ । ଡିସେମ୍ୱର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା ।

ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଅଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାରେ ମନୋଜଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟ ସଚିବଙ୍କ ଉପରେ ସରକାରଙ୍କ ଭରସା ଥିବାରୁ ପୁନଶ୍ଚ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial