ମା ସରଣୀପାଟ ୪୦ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କାଳିପଥର ଚାମ୍ପିୟନସ୍

ଅକ୍ଷର ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହରିହରପୁର ମା ସରଣୀପାଟ ୪୦ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। କ୍ରିକେଟ କ୍ଲବ୍ ର ସଭାପତି ପ୍ରଶାନ୍ତ କୁମାର ଜେନା ଓ ଆଲୋକ ଜେନା ଙ୍କ ତତ୍ବାବଧାନରେ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିଲେ ଯଥା: ରେଙ୍ଗାଲପାଲି, ଖଇରପାଲି, ତାଳକୁଦର, ଉଟୁଣିଆଁ, ହରିହରପୁର କୁଣ୍ଡେଇଗୋଳା ଓ କାଳିପଥର କ୍ରିକେଟ କ୍ଲବ୍ । ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ସମାଜସେବୀ ଧନେଶ୍ୱର ବେହେରା ଓ ସୁଜ୍ଞାନୀ ସାହୁ, ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଅନ୍ତିମ ପର୍ଯ୍ୟାୟ ରେ ଫାଇନାଲ ମ୍ୟାଚ କୁଣ୍ଡେଇଗୋଳା ଓ କାଳିପଥର କ୍ରିକେଟ କ୍ଲବ୍ ସହିତ ଖେଳ ରହିଥିଲା। କାଳିପଥର କ୍ରିକେଟ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୪ ରନ୍ ସଂଗ୍ରହ କରିଥିବା ବେଳେ ଜବାବ୍ ରେ କୁଣ୍ଡେଇଗୋଳା କ୍ରିକେଟ କ୍ଲବ୍ ୨୦ ଓଭର ରେ ସମସ୍ତ ଉଇକେଟ ହରାଇ ୯୬ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଆଜିର ଖେଳ ପରିଚାଳନାରେ କିଶୋର ଚନ୍ଦ୍ର ଜେନା ଓ ଦିପକ ବଣିଚୁଳ ରହିଥିବା ବେଳେ ସ୍କୋର ବୋର୍ଡ ରେ ଟିକେଶ୍ବର ବେହେରା ଭାଷଣ ବାଜି ଦାୟିତ୍ବ ରେ ମାଁ ସରଣୀପାଟ କ୍ରିକେଟ କ୍ଲବ୍ ର ସଭାପତି ପ୍ରଶାନ୍ତ କୁମାର ଜେନା ତୁଲାଇଥିଲେ । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଭୟ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରି ସଭାପତି ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial