ମା ବୁଢ଼ୀ ଜାଗୁଳାଇ ମନ୍ଦିରରୁ ଚୋରି,ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ କଲେ ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ସ୍ଥିତ ଗୁଡ଼ିଆ ସାହି ମା ବୁଡ଼ି ଜାଗୁଳାଇ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଥାନାରେ ଅଭିଯୋଗ। ମନ୍ଦିର କବାଟ ଭାଙ୍ଗି ଚୋର ମାନେ ଭିତରେ ଥିବା ମାଙ୍କର ସୁନା ଓ ରୂପା ଅଳଙ୍କାର ଚୋରି କରିନେଇ ଯାଇଥିବା ନେଇ ବିଂଝାରପୁର ଥାନାରେ ମନ୍ଦିର କମିଟି ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି l ପ୍ରତିଦିନ ପରି ସକାଳୁ ମନ୍ଦିରର ପୂଜକ ମାଙ୍କ ପୂଜା କରିବାକୁ ଆସି ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକଙ୍କ ସମେତ ସ୍ଥାନୀୟ ଜନସାଧାରଣ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଂଝାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଘଟଣା ଗୋଟେ ନୁହଁ ସାମଗ୍ର ସୟଦପୁର ପଂଚାୟତରେ ପ୍ରତି ଦିନ ଘର ଠୁ ଆରମ୍ଭ କରି ମନ୍ଦିର ଚୋରୀ ହେଉଛି ଯାହା ଫଳ ପୋଲିସ ପ୍ରଶାସନ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଚୋରୀ ରୋକ ଲଗେଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଜୋର ଧରିଛି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial