ମହାକୁମ୍ଭ ମେଳାରେ ପହଞ୍ଚି ସଙ୍ଗମରେ ସ୍ନାନ କଲେ ଜୁହି ଚାୱଲା

ଅକ୍ଷର ବ୍ୟୁରୋ : ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା-୨୦୨୫ରେ ଏଯାବତ କୋଟିକୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପହଞ୍ଚି ସ୍ନାନ କରି ସାରିଛନ୍ତି | ଏବଂ ଏବେ ମଧ୍ୟ ମହକୁମ୍ଭକୁ ପ୍ରତ୍ୟେକ ଦିନ ବିପୁଳ ପରିମାଣରେ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ବଲିଉଡ଼ ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ମହାକୁମ୍ଭ ମେଳାରେ ପହଞ୍ଚି ସଙ୍ଗମରେ ସ୍ନାନ କରିଛନ୍ତି |ସଙ୍ଗମରେ ସ୍ନାନ ପରେ ଜୁହି ତାଙ୍କର ଅନୁଭବ ବଖାଣି କହିଛନ୍ତି , ମୋ ଜୀବନର ସବୁଠାରୁ ସୁନ୍ଦର ସକାଳ ହେଉଛି ଆଜି | ପବିତ୍ର ଜଳରେ ବୁଡ଼ ପକାଇବା ପରେ ମନକୁ ଏକ ଅଦ୍ଭୁତ ପ୍ରକାର ଶାନ୍ତି ମିଳିଛି |

ସେ ଆହୁରି ମଧ୍ୟ କହିଛନ୍ତି , ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ମୋର ସ୍ନେହ ଓ ଶ୍ରଦ୍ଧା ଜଣାଉଛି | ପୋଲିସ ଭାଇମାନେ ବି ଦିନରାତି ଏକ କରି ଶୃଙ୍ଖଳିତ ଭାବରେ ଭିଡ଼କୁ ନିୟନ୍ତ୍ରଣ କରୁଛନ୍ତି | ଯାହାଫଳରେ କୋଟିକୋଟି ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ସଙ୍ଗମରେ ସ୍ନାନ କରି ଘରକୁ ଫେରି ପାରୁଛନ୍ତି | ସଙ୍ଗମ ସ୍ନାନ ପାଇଁ ଜୁହି ଯାଇଥିଲା ବେଳେ ଜୁହି ଏକ କ୍ୟାମ୍ପସରେ ରହିଥିଲେ | ଏବଂ ସେ କ୍ୟାମ୍ପର ଏକ ଫୋଟୋ ମଧ୍ୟ ନିଜ ଇନଷ୍ଟାଗ୍ରାରେ ସେୟାର ବି କରିଛନ୍ତି |

ଆଉ କିଛି ଦିନ ମଧ୍ୟରେ ମହାକୁମ୍ଭ ମେଳା ଶେଷ ହେବାକୁ ଯାଉଛି | ଇତିମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଜୁହି ଚାୱଲାଙ୍କ ବ୍ୟତୀତ ବିକ୍କି କୌଶଲ, ଅନୁପମ ଖେର , ଅମ୍ବାନି ପରିବାରଙ୍କ ସମେତ ଅନେକ ନାମିଦାମୀ କଳାକାର ସଙ୍ଗମରେ ବୁଡ଼ ପକାଇଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial