ଅକ୍ଷର ବ୍ୟୁରୋ : ମହାକୁମ୍ଭ ମେଳାରେ ବୁଡ଼ ପକାଇବେ ମହାମହିମ| ଆଜି ପ୍ରୟାଗରାଜ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ମହାକୁମ୍ଭ ମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ ମହାମହିମ | ମହାମହିମ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ | ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ |
ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା ବେଳେ ଯିବା ପାଇଁ ସବୁ ରାସ୍ତା ଭାରି ଜାମ ହୋଇଯାଇଛି | ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଲମ୍ବିଛି | ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଲୁଛି | ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବାଣ୍ଡ କରି ଦିଆଯାଇଛି |
Leave a Reply