କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିନି ମୁହାଣୀ ଛକରେ ସଡ଼କ ଦୁର୍ଘଟଣା | ଏକ ସ୍କୁଟିକୁ ଧକ୍କା ଦେଲା ହାଇୱା | ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ଏହା ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି | ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି | ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ପୋଲିସ ଉପସ୍ଥିତିରେ ଡ୍ରାଇଭରକୁ ପିଟିଛନ୍ତି ଲୋକେ | ଏକ ସ୍କୁଟିରେ ସ୍ୱାମୀ ,ସ୍ତ୍ରୀ ଓ ପୁଅ ଯାଉଥିଲା ବେଳେ ଏହି ଦୁର୍ଘଟଣାଟି ଘଟିଥିଲା| ସ୍ୱାମୀ ,ସ୍ତ୍ରୀ ଯାଉଥିଲା ବେଳେ ଦ୍ରୁତଗତିରେ ହାଇୱାଟି ଆସି ଧକ୍କା ଦେଇଥିଲା | ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି | ମାଟ୍ରିକ ପରୀକ୍ଷା ପାଇଁ ଯାଉଥିବା ପୁଅର ହାତ ଭାଙ୍ଗି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କେନ୍ଦ୍ରାପଡ଼ାରେ ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ

Leave a Reply