ମରଣ ଯନ୍ତା ପାଲଟିଛି ସାଲେପୁର କେନ୍ଦ୍ରାପଡା କେନାଲ ଅସୁରେଶ୍ୱର ଖଇରା ପୋଲ ରାସ୍ତା ,ବିଭାଗୀୟ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ପ୍ରଦର୍ଶନ ପାଇଁ ଚାଲିଗଲା ନିରୀହ ପିଲାର ଜୀବନ

ସାଲେପୁର: ମରଣ ଜନ୍ତା ପାଲଟିଛି ସାଲେପୁର କେନ୍ଦ୍ରାପଡା କେନାଲ ଅସୁରେଶ୍ୱର ଖଇରା ପୋଲ ରାସ୍ତା। ବିଭାଗୀୟ ଯନ୍ତ୍ରୀ ଙ୍କ ଖାମଖିଆଲି ମନୋଭାବ ପ୍ରଦର୍ଶନ ପାଇଁ ଗଲା ନିରୀହ ଗରୀବ ପିଲା ର ଜୀବନ। ବିଭାଗୀୟ ଅଧିକାରୀ ଙ୍କୁ ଚରମ ବାଣୀ ସୁଣେଇଲେ ସାଧାରଣ ଜନତା।ଆସନ୍ତୁ ଆମେ ନଜର ପକେଇବା ଗମନା ଗମନ ର ମାଧ୍ୟମ ପାଲଟି ଥିବା କେନ୍ଦ୍ରାପଡା କେନାଲ ରାସ୍ତା ର ଅବ୍ୟବସ୍ଥା ଉପରେ। ଏହି ରାସ୍ତା ଏବେ ପଥଚାରୀ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଥିବା ବେଳେ ପ୍ରତି ଦିନ ରାସ୍ତା ରେ ଏକାଧିକ ଦୁର୍ଘଟଣା ଘଟି ଧନ ଜୀବନ ର କ୍ଷତି ଘଟୁଛି। ଏହି ରାସ୍ତା ର ଅନେକ ସ୍ଥାନ ରେ ଗର୍ତ୍ତ ସୃଷ୍ଟି ହୋଇଛି । ସେହି ପରି ତେଣ୍ଟୋଳ ପଞ୍ଚାୟତ ଜଳ ହରି ଠାରେ ପୂର୍ତ୍ ବିଭାଗ ତରଫରୁ ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ହେଲେ ଲୋକଙ୍କୁ ରାସ୍ତା କାମ କୁ ନେଇ ଅବଗତ କରାଯାଉ ନ ଥିବାରୁ ଦୁର୍ଘଟଣା ଘଟୁଛି। ବିଭାଗ ତରଫରୁ କୌଣସି ସୂଚନା କି ବାଡ଼ ଦିଆ ଯାଇ ନ ଥିବାରୁ ଏଭଳି ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି କାମ ପାଇଁ ସ୍ଥାନୀୟ ଅଞ୍ଚଳ ର ଜୀବନ ଯାଇଛି। ଏହାର କ୍ଷତି ଓ ବାରମ୍ବାର ଦୁର୍ଘଟଣା ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦାୟୀ କରି ଚେତାବନୀ ଦେଇ କହିଛନ୍ତି ମୃତ ଯୁବକ ଙ୍କ ପରିବାର କୁ କ୍ଷତି ପୂରଣ ଓ ତୁରନ୍ତ ରାସ୍ତା କାମ କରାନଗଲେ ରାଜ ରାସ୍ତା କୁ ଓହ୍ଲେଇ ବାକୁ ବାଧ୍ୟ ହେବୁ। ରାସ୍ତା ମଝି ରେ ବାଲି ପକେଇ ଲୋକଙ୍କୁ ପ୍ରଶାସନ ଭୁଆଁ ବୁଲାଇବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ଅଭିଯୋଗ କରିବା ସହ ବିଭାଗୀୟ ଯନ୍ତ୍ରୀ ଙ୍କୁ ଦାୟୀ କରିଛନ୍ତି। ଦେଖାଯାଉ କେବେ ପ୍ରଶାସନ ର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁଛି ଓ ବିଭାଗୀୟ ଯନ୍ତ୍ରୀ ତତ୍ପର ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial