ମନ୍ଦିର ହୁଣ୍ଡି ଚୋରୀର ପର୍ଦ୍ଦାଫାଶ କଲା ଖଲ୍ଲିକୋଟ ପୋଲିସ , ଦମ୍ପତି ଗିରଫ

ଅକ୍ଷର ବ୍ୟୁରୋ : ଖଲ୍ଲିକୋଟ ପୋଲିସ୍ କୁ ମିଳିଛି ବଡ ସଫଳତା….. ଦିର୍ଘ ଦିନ ହେଲା ଖଲ୍ଲିକୋଟ ଅଂଚଳ ରୁ ବିଭିନ୍ନ ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରୀ ହେଉଥିବା ଘଟଣା ସାମ୍ନା କୁ ଆସୁଥିବା ବେଳେ ଆଜି ଖଲ୍ଲିକୋଟ ପୋଲିସ ଦୁଇଜଣ ଚୋରକୁ ଧରିବାରେ ସଫଳ ହୋଇଛି…

ରମ୍ଭା ପାହାଡା ସାହି ବାସିନ୍ଦା  ଦୁଇ ଜଣ ସ୍ଵାମୀ ଓ ସ୍ତ୍ରୀ ଖଲ୍ଲିକୋଟ ଅଞ୍ଚଳ ର ପଥରା , କେଶପୂର ଓ ରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିର ରୁ ଚୋରୀ କରି ଆସୁଥିଲେ… ଆଜି ଖଲ୍ଲିକୋଟ ପୋଲିସ୍ ଜାତୀୟ ରାଜପଥ ରେ ଗାଡି ଚେକିଙ୍ଗ କରୁଥିବା ବେଳେ ଏକ ସ୍କୁତି ଯୋଗେ ସ୍ଵାମୀ ଓ ସ୍ତ୍ରୀ ଯାଉଥିବା ବେଳେ ପୋଲିସ ସନ୍ଦେହ କରି ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା ଓ ସ୍କୁଟି ଡିକିରୁ ନଗଦ ୩୦ ହଜାର ଟଙ୍କା  ୩ ଗୋଟି ମୋବାଇଲ , ଗୋଟିଏ ସୁନା ଖଡ଼ିକା ଓ ରୁପା ର ଲକେଟ୍ ସହିତ ଗୋଟାଏ ଲୁହା ରଡ ଓ ସ୍କ୍ରୁ ଡ଼୍ରାଇଭର ସେମାନେ ବ୍ୟବହାର କରୁଥିବା ସ୍କୁଟି ଜବତ୍ କରିବା ସହିତ ଦୁଇଜଣ ଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ୍,,, ଜିଲ୍ଲା ର ବିଭିନ୍ନ ମନ୍ଦିର ରୁ ଚୋରି ଅଭିଯୋଗ ଆସିବା ପରେ ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ଥାନା ଏବଂ ଖଲ୍ଲିକୋଟ ଥାନା କୁ ନେଇ ଦୁଇଟି ଟିମ ଗଠନ କରା ଯାଇଥିଲା,,, ଯାହା ଆଜି ପୋଲିସ୍ କୁ ସଫଳତା ମିଳିଛି ,, ଛତ୍ରପୁର ଏସ.ଡି.ପି.ଓ. ଆଜି ଏକ ପ୍ରେସ ମିଟ ରେ କହିଚନ୍ତି ଏହି ଦମ୍ପତ୍ତି ଙ୍କୁ ରିମାଣ୍ଡ ରେ ନେଇ ଅଧିକ ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial