ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଋଷିକୁଲ୍ୟା ନଦୀରେ ମକର
ବୁଡ ପକାଇ ଘରକୁ ଫେରୁଥିବା ବେଳେ ଏକ ଅଟୋ ରିକ୍ସା ଓଲଟି
ଦୁଇ ଗୁରୁତର ଓ ୧୦ ଆହତ ହୋଇଥିବା ଦେଖିବାକୁ ମିଳିଛି l ମିଳିଥିବା ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ପାଟପୁର ନିକଟ ଡେଙ୍ଗାଡ଼ି ଗାଁ ର ୧୭ ରୁ ଉର୍ଦ୍ଧ ଲୋକ ଏକ ଅଟୋ ରିକ୍ସା ଦ୍ୱାରା ଆସିକା ଋଷିକୁଲ୍ୟା ନଦୀକୁ ମକର ବୁଡ ପକାଇବାକୁ ଆସିଥିଲେ ! ସେଠାରେ ପୂଜାପାଠ ସାରି ବୁଡ ପକାଇ ଘରକୁ ଫେରିଲ ବେଳେ ଆସିକା ପୁଡୁକେଶ୍ୱର ମନ୍ଦିର ନିକଟରେ ଅଟୋ ରିକ୍ସା ଓଲଟି ଯିବାରୁ ଘଟଣା ସ୍ଥଳେ ଦୁଇ ଗୁରୁତର ଓ ୧୦ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଘଟଣା ସ୍ଥଳୁ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି ! ଆହାତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉର୍ନ୍ନତି ଥିବା ଜଣାପଡ଼ିଛି |
ମକର ବୁଡ ପକାଇ ଗାଁକୁ ଫେରିଲା ବେଳେ ଓଲଟିଲା ଅଟୋ , ଦୁଇ ଗୁରୁତର ୧୦ ଆହତ….

Leave a Reply