ଭାପୁରରେ ନୂତନ ବିଇଓଙ୍କ ଯୋଗଦାନ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ନୂତନ କରି ଭାପୁର ମଣ୍ଡଳ ଶିକ୍ଷାଧିକାରୀ ଭାବେ ମୋନାଲିସା ରଥ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀମତୀ ରଥ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ପୋଲସରା ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଥାନରେ ଭାପୁର ମଣ୍ଡଳ ଶିକ୍ଷାଧିକାରୀ ଶଙ୍କର୍ଷଣ ଷଡ଼ଙ୍ଗୀଙ୍କୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ପୋଲସରା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ଭାପୁର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଶିକ୍ଷାଧିକାରୀ ଶ୍ରୀମତୀ ରଥଙ୍କୁ ଫୁଲତୋଡ଼ା ପ୍ରଦାନ କରି ସ୍ବାଗତ କରାଯାଇଥିବା ବେଳେ ବିଦାୟୀ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କାର୍ଯ୍ୟକ୍ରମରେ ବ୍ଲକ୍ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପ୍ରଭାତ କୁମାର ସାମନ୍ତରାୟ ଏବଂ ସନ୍ତୋଷ କରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପରେ ସେ ବ୍ଲକ୍ ଅଞ୍ଚଳର କିଛି ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial