ଭାଇରାଲ ଗାର୍ଲ ମୋନାଲିସାଙ୍କ ନିର୍ଦେଶକ ଦେଲେ ଥାନାରେ ଏଫଆଇଆର

ଅକ୍ଷର ବ୍ୟୁରୋ : ଥାନାରେ ମାମଲା କଲେ ମହାକୁମ୍ଭରେ ମାଳ ବିକି ଭାଇରାଲ ହୋଇଥିବା ଯୁବତୀ ମୋନାଲିସାଙ୍କ ନିର୍ଦେଶକ | ମୁମ୍ବାଇର ଏର ୟୁଟ୍ୟୁବ ଚେନାଲର ମାଲିକ ସମେତ ୫ ଜଣଙ୍କ ନାଁରେ ଏଫଆଇଆର ଦେଇଛନ୍ତି ନିର୍ଦେଶକ ସନୋଜ ମିଶ୍ରା | ୟୁଟ୍ୟୁବ ଚେନାଲ ସନୋଜଙ୍କୁ ବଦନାମ କରିବା ସହ ମୋନାଲିସାଙ୍କ ସହ କରାଯାଉଥିବା ସିନେମାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ସନୋଜ |

ଏଫଆଇଆରରେ ଥିବା ୫ ଜଣଙ୍କ ଭିତରୁ ଜଣେ ବ୍ୟକ୍ତି କହିଛନ୍ତି କି ସନୋଜ ମିଶ୍ରା କୌଣସି ଗୋଟିଏ ବି ସିନେମା କରି ନାହାନ୍ତି ଏବଂ ସେ ମୋନାଲିସା ଭୋଁସଲେଙ୍କ କ୍ୟାରିୟର ନଷ୍ଟ କରିଦେବେ | ଆଉ ଏହି ଅଭିଯୋଗକୁ ଖଣ୍ଡନ କରି ସନୋଜ କହିଛନ୍ତି ଏମାନେ ମତେ ବଦନାମ କରୁଛନ୍ତି | ସେମାନେ ଜାଣିବା ଦରକାର କି ଦ ଡାଏରୀ ଅଫ ମଣିପୁରରେ ମୋନାଲିସା ଅଭିନୟ କରୁଛନ୍ତି ବୋଲି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial