ଅକ୍ଷର ବ୍ୟୁରୋ : କଣାସ ରେ ତାତିଲେ ମହିଳା, ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା, ଅଭିଯୋଗ ବ୍ଲକ ମହାସଙ୍ଘ ସମ୍ପାଦିକା ଅର୍ଥ ହେରଫେର କରିଥିବା ଓ ସଭାନେତ୍ରି ଙ୍କ ଜାଲ ଦସ୍ତଖତ ସମ୍ପାଦିକା କରିଥିବା ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମିଶନ ଶକ୍ତି ମହିଳା ଧାରଣା ଦେଇଥିଲେ । ଧାରଣା ରତ ମହିଳା ଙ୍କ ଅଭିଯୋଗ ସମ୍ପାଦିକା ମନମୁଖୀ କାମ କରୁଥିବା ଓ ଏ ନେଇ ପ୍ରଶାସନିକ ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ଧାରଣା ଦେବା ସହିତ ତାଙ୍କ ମାତ୍ରା ଧିକ ବୟସ କାରଣ ରୁ ତାଙ୍କୁ ସମ୍ପାଦିକା ପଦରୁ ଅନ୍ତର କରିବା ପାଇଁ ଦାବି ରଖିଥିଲେ । ଅନ୍ୟପଟେ ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ, ରାଜନୈତିକ ଦଳ ଚାପ ରେ ଏଭଳି ଅଭିଯୋଗ ଅଣାଯାଇଛି, ବର୍ତ୍ତମାନ୍ କ୍ୟାସ ବୁକ ରେ 98 ଲକ୍ଷ 34 ହଜାର ଟଙ୍କା ଗଚ୍ଛିତ ଥିବା ବେଳେ ବିଭିନ୍ନ ssg ଗ୍ରୁପ ପାଖରେ 50 ଲକ୍ଷ ପଡି ରହିଛି, ବୋଲି ସ୍ୱମ୍ପାଦିକା କହି ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।ସେପଟେ ବ୍ଲକରେ ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ଉତ୍ତେଜନା ଆଶଙ୍କା କରି କଣାସ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଧାରଣା ରତ ମହିଳା ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଧାରଣା ରେ ବସି ରହିଥିଲେ ଆନ୍ଦୋଳନ କାରୀ। ଘଟଣା ସ୍ଥଳକୁ ଆସିଥିଲେ ବିଡିଓ ନାରାୟଣ ସାହୁ, ତହସିଲଦାର ହିମାଂଶୁଶେଖର ଗିରି, କଣାସ ଥାନା ଆଇ.ଆଇ.ସି ପ୍ରଦୀପ କୁମାର ଜୁଝାରସିଂହ ଧାରଣା ରତ ମହିଳା ଙ୍କୁ ବୁଝାସୁଝା କରିବାପରେ ମହିଳା ମାନେ ଉଠିଥିଲେ|
ବ୍ଲକ ମହାସଙ୍ଘ ସମ୍ପାଦିକାଙ୍କ ବିରୁଦ୍ଧରେ ଅର୍ଥ ହେରଫେର ଅଭିଯୋଗ

Leave a Reply