ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ୍ ଅଧ୍ୟକ୍ଷା

ଉମରକୋଟ: ଉମରକୋଟ ବ୍ଲକ୍ କାର୍ଯ୍ୟାଳୟ ରେ ତାଲା ପକାଇଲେ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ୍ ଅଧ୍ୟକ୍ଷା । ସେମାନଙ୍କର କହିବାନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିତୀ ରଞ୍ଜନ ରଥ ଗଲା ପରେ କୈାଣସି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଠିକ୍ ଭାବେ ଉମରକୋଟ ରେ ରହୁନାହାନ୍ତି, ଶ୍ରୀ ରଥ ଗଲା ପରଠୁ ରାଇଘର ର କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ସାଗର ମାଝୀ ଭାରପ୍ରାପ୍ତ ଅଧିକାରୀ ଭାବେ ଉମରକୋଟ ରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଏହି ମହାଶୟ କେତେବେଳେ ଆସୁଛନ୍ତି, ଯାଉଛନ୍ତି କେହି ଖବର ପାଇ ପାରୁ ନାହାଁନ୍ତି। ଏଣୁ ବ୍ଲକ୍ ର କର୍ମଚାରୀ, ସରପଞ୍ଚ ତଥା ସାଧାରଣ ଲୋକେ ମଧ୍ୟ ହଇରାଣ ହେବାର ଦେଖିବାକୁ ମିଳୁଛି । ସରପଞ୍ଚ ମାନେ ସିଧାସଳଖ ଉମରକୋଟ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ କଟାକ୍ଷ କରି କହିଛନ୍ତି ଯେ – ନିଜ ଅଞ୍ଚଳ ରେ SDPO, IIC, BDO, ନାହାନ୍ତି ତଥାପି ଏହି ଅଞ୍ଚଳରେ ରହୁଥିବା ଗଣଶିକ୍ଷା ମନ୍ତ୍ରୀ ଙ୍କ ନଜର ପଡୁନି । ନିଜ ଅଞ୍ଚଳରେ ଭୁଷୁଡି ପଡ଼ିଲାଣି ସ୍ଥାନୀୟ ଶାସନ ବ୍ୟବସ୍ଥା , ତଥାପି ବାବୁ ବେଖବର୍ । ଜନସାଧାରଣଙ୍କ କହିବା ହେଲା ଯେ କ୍ୟାବିନେଟ୍ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ତଥା ସ୍ଥାନୀୟ ଶାସନ ବ୍ୟବସ୍ଥା କୁ ସୁଡୁଡ଼ କରନ୍ତୁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial