ବେଗୁନିଆପଡାସ୍ଥିତ ପବନ ତନୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜାଗା ଚିହ୍ନଟ

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଖଣ୍ଡିଆନଈ ନିକଟସ୍ଥ ଟିଭିଏସ ସୋରୁମ ଠାରୁ ବେଗୁନିଆପଡାସ୍ଥିତ ପବନ ତନୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜାଗା ଚିହ୍ନଟ ବୁଧବାର ଦିନ ହୋଇଯାଇଛି । ବେଗୁନିଆପଡା ହେଉଛି ଏକ ଜନ ଗହଳି ବଜାର । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳେ । ଗାଡି ମୋଟର ଓ ଲୋକଙ୍କ ଗହଳି ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୃଘଟଣା ମଧ୍ୟ ସୃଷ୍ଟି ହୋଇଥାଏ । ଏ ସବୁକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ସହ ଡ୍ରେନ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ସେଥିପାଇଁ ଖଣ୍ଡିଆନଈ ଠାରୁ ବେଗୁନିଆପଡା ପର୍ଯ୍ୟନ୍ତ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜାଗା ଚିହ୍ନଟ କରାଯାଇଛି । ଏହି ରାସ୍ତା ସମ୍ପ୍ରସାରଣ କରାଯିବା ପାଇଁ ଅନେକ ଥର ଚିହ୍ନଟ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ବର୍ତମାନ କେତେ ଦୂର କାର୍ଯ୍ୟକାରୀ ହୋଇପାରିବ ତାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି । ଏଥିରେ ପୂର୍ତ୍ତ ବିଭାଗ ଏସ ଡି ଓ ନିର୍ମଳ ବେହେରା, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, ରାଜସ୍ବ ବିଭାଗ ସୁପରଭାଇଜର ସଞ୍ଜୟ କୁମାର ସାହୁ, କେ. ବରିଡା ଆର ଆଇ ଲକ୍ଷ୍ମୀଶ୍ରୀ ମହାରଣା, ମର୍ଦକୋଟ ଆର ଆଇ ସନ୍ଦୀପ କୁମାର ମଲ୍ଲିକ, ଫାଶୀ ଆର ଆଇ ନାରାୟଣ କାର୍ଜି, ସୁମଣ୍ଡଳ ଆର ଆଇ ଜଗମୋହନ ନାୟକ ଙ୍କ ସମେତ ପୂର୍ତ୍ତ ବିଭାଗ କର୍ମଚାରୀ ଓ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial