ବିଷ୍ଣୁଙ୍କ ଉପରେ ଆକ୍ସନ, ଖସିଗଲେ ପାଣ୍ଡିଆନ କାହା ବଳରେ ବଳିୟାନ ପାଣ୍ଡିଆନ

ଅକ୍ଷର ବ୍ୟୁରୋ : ଓଡିଶାରେ ଏବେ ଗୋଳମାଳିଆ ରାଜନୀତି । ନାରୀ ମାୟା ନାରାୟଣଙ୍କୁ ଅଗୋଚର । ଠିକ୍ ସେମିତି ମୋହନଙ୍କ ମାୟା ନର-ନାରୀ ଉଭୟଙ୍କୁ ଅଗୋଚର । ନିର୍ବାଚନ ପୂର୍ବରୁ ବିଜେପି ନବୀନଙ୍କ ଶାସନରେ ବାବୁଙ୍କ ହାକିମାତିକୁ ନେଇ ଖୁବଚିତ୍କାର କଲେ । ଏଠିକା ଚିତ୍କାର ଶୁଣି କେନ୍ଦ୍ର ମଧ୍ୟ ମୁହଁ ବାନ୍ଧି ରହିପାରିଲା ନାହିଁ । କଣ ନା ପାଣ୍ଡିଆନଙ୍କୁ ବାନ୍ଧି ଜେଲରେ ପୂରାଇବୁ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣ୍ଡିଆନ ହେଲିକପ୍ଟରରେ ବୁଲିବାକୁ ଖୁବ୍ ପାଟିତୁଣ୍ଡ କଲା । ପାଣ୍ଡିଆନଙ୍କ ପାଇଁ କୋଟି କୋଟି ଟଙ୍କା କିଏ ଖର୍ଚ୍ଚ କରୁଛି । ଓ କାହିଁକି ଖର୍ଚ୍ଚ କରୁଛି ତାହାର ତଦନ୍ତ କରିବା ନେଇ ବିଜେପି ପ୍ରତିଶୂତି ଦେଲା । ଖାଲି ଏତିକି ନୁହଁ ରତ୍ନଭଣ୍ଡାରର ଚାବି ହେଉ ପାଣ୍ଡିଆନଙ୍କ ପାଖରେ ଥିବା କେନ୍ଦ୍ରିୟ ନେତା ମାନେ ସନ୍ଦେହ କଲେ । ବିଜେପି ସରକାର ଆସିଲେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିବା ପାଇଁ ପ୍ରତିଶୂତି ଦେଲେ । ସେହିପରି ପାଣ୍ଡିଆନ ନବୀନଙ୍କୁ ଗୃହବନ୍ଦୀ କରି ରଖିବା ଭଳି ଏମିତି ମାଳ ମାଳ ଅଭିଯୋଗ । କିନ୍ତୁ ଠିକ୍ ନିର୍ବାଚନ ପରେ ପାଣ୍ଡିଆନଙ୍କ ବିରୋଧରେ ପଦେ କହିବା ତ ଦୂରର କଥା ତାଙ୍କ ନାଁ ଶୁଣିବାକୁ ଭୟ କରୁଛନ୍ତି । ଏବେ ନବୀନ ସରକାରଙ୍କ ସମୟରେ ଥିବା ସଚିବ ବିଷ୍‌ୁପଦଙ୍କୁ ଲାଞ୍ଚ ଅଭିଯୋଗରେ ସିବିଆଇ ତାଙ୍କ ବିରୋଧରେ ମାମଲା ଦାୟର କରିଛି। ଦୁର୍ନୀତି ଅନିୟମିତତା ଆଭିଯୋଗରେ ବାବୁ ଛନ୍ଦି ହୋଇଗଲେମି । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ନୋଟିସ୍ ଖୁନ୍ଦିଦେଇଛି । ତେବେ ବାବୁଙ୍କ ଉପରେ ଏଭଳି କାର‌୍ୟ୍ୟାନୁଷ୍ଠାନ ନେଉଥିବା ଦେଖି ବାବୁ ପାଣ୍ଡିଆନଙ୍କ କଥାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଲାଣି । ପାଣ୍ଡିଆନଙ୍କୁ ନେଇ ପିଟିକଚାଡି ହେଉଥିବା ବିଜେପି କାହିଁକି ଚୁପ୍ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ବିଜେପି ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲା । ସଚିବ ସୁଜାତା ପାଣ୍ଡିଆନ ବିଜେଡିର ଏଜେଣ୍ଟ ଭାବେ କାର‌୍ୟ୍ୟ କରୁଥିବା ଅଭିଯୋଗ କରିଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଥିବା ମିଶନ ଶକ୍ତି ବିଭାଗକୁ ସରକାରୀ ଆରô୍ଥକ ସୁବିଧା ବନ୍ଦ କରିବାକୁ ଧମକ ଦେଇ ବିଜେଡିକୁ ସମର୍ଥନ କରିବାକୁ ବାଧ୍ୟ କରୁଥିବା ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ସେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial