ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲା ୪ ଦୋକାନ, ଲକ୍ଷାଧିକ ଟଙ୍କାର ଫଳ ଓ ପନିପରିବା ନଷ୍ଟ

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ଅଧିନ ବାହାଡ଼ା ବଜାରରେ ଆଜି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟରୁ ୪ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ବଜାର ବାସିନ୍ଦାଙ୍କ ଖବର ମୁତାବକ ଆଜି ରାତି ପ୍ରାୟ ୧୧ ଟାରେ ବନମାଳିପୁରକୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଟି ଫଳ ଦୋକାନ ଓ ୨ ପରିବା ଦୋକାନରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଥିବା ବେଳେ ଚାହୁଁ ଚାହୁଁ ୪ ଦୋକାନ ନିଆଁରେ ଭସ୍ମୀଭୂତ ହୋଇଥିଲା। ସୂଚନା ପାଇ ଖଣ୍ଡପଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ପନିପରିବା, ଫଳମୂଳ, ଆସବାବପତ୍ର ସହ ନଗଦ ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ସନ୍ତୋଷ ସାହୁଙ୍କ ଫଳମୂଳ ଦୋକାନ ଏବଂ ବିନୋଦ ସାହୁ, ବାପୁ ପରିଡ଼ା ଓ ଚିତ୍ତରଞ୍ଜନ ବେହେରାଙ୍କ ପନିପରିବା ଦୋକାନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଖବର ମିଳିଛି। ତେବେ ସମସ୍ତ ଦୋକାନୀ ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବଜାରବାସିନ୍ଦା ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial