ବରଗଡ଼: ବରଗଡ଼ ଭଟଲି ବିଜୟା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି |
ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ୪ଜଣ ବ୍ୟକ୍ତି ଏକ ବୋଲେରୋ ଅମ୍ବାଭୋନା ଆଡୁ ଆସୁଥିଲା | ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି | ବୋଲେରୋଟି ପ୍ରଥମେ ଏକ ଇଲେକ୍ଟ୍ରି ପୋଲୋରେ ଧକ୍କା ହୋଇଥିଲା ଏବଂ ପରେ ଏକ ଦୋକାନକୁ ଧକ୍କା ଦେଇଥିବା ନେଇ ସୂଚନା ମିଳିଛି | ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଚିକତ୍ସା ବେଳେ ମୃତ୍ୟୁ ହୋଇଥିଲା | ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଭଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |
ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବୋଲେରୋ , ୨ ମୃତ ୨ ଗୁରୁତର

Leave a Reply