ବିଞ୍ଝାରପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଶୁଭ ଉଦଘାଟନ କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ | ବିଞ୍ଝାରପୁର ଅଂଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମସଡ଼ାଠାରେ ବିଜେଡି ସରକାର ସମୟରେ ଅନୁମୋଦନ କରାଯାଇଥିବା ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ରଟିର ଆଜି ଉଦଘାଟନ କରାଯାଇଛି | ସ୍ଥାନୀୟ ଅଂଚଳ ଠାରୁ ମେଡିକାଲ ର ଦୂରତା ଅଧିକ ହୋଇଥିବାରୁ ବିଭିନ୍ନ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଉଥିଲେ | ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟ୍ୟମରେ ତାହା ସମାଧାନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ | ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଲ୍ଲିକଙ୍କ ସହ ବ୍ଲକ ଅଧକ୍ଷା ରଂଜିତା କୁମାରୀ ଦାସ ସ୍ଥାନୀୟ ସରପଞ୍ଚ କଳିକା ଦାସ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ କ୍ଷିତୀଶ କୁମାର ନାୟକ, ସମାଜ ସେବୀ ଦିଲ୍ଲୀପ ରାହୁଳ ସମେତ ବହୁ ମାନ୍ୟଗଣ୍ୟବ୍ୟକ୍ତି ମାନେ ଉପସ୍ଥିତ ଥିଲେ |
ବିଞ୍ଝାରପୁର ଅଂଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ କରାଯାଇଛି

Leave a Reply