ଅକ୍ଷର ବ୍ୟୁରୋ : ରାଜ୍ୟରେ ବିଜୁ ଜନତା ଦଳର ୨୪ବର୍ଷର ଶାସନର ଅନ୍ତ କାହିଁକି ହେଲା? ଲୋକସଭାରେ ଦଳ କାହିଁକି ଗୋଟିଏ ବି ସିଟ୍ ହାତେଇପାରିଲା ନାହିଁ? ଏସବୁକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା | କାରଣ ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ଖୋଜିବାକୁ ସାହାସ ଜୁଟାଇ ପାରିନି କାହିଁକି ବିଜୁ ଜନତା ଦଳ ହାରିଲା । କିନ୍ତୁ ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି । ଏପଟେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବି ଇସାରା ଇସାରାରେ ‘ଦଳକୁ କାଲି ଆସିଥିବା ଲୋକ ଯେ ସର୍ବେସର୍ବା ହୋଇଯିବ ସେଭଳି ହେବାକୁ ଆଉ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳର ପ୍ରାୟ ୮ମାସ ବିତିଯିବା ପରେ ମଧ୍ୟ ବିଜେଡି ନିଜର ପରାଜୟର ସମୀକ୍ଷା କରିବାକୁ ଆଗ୍ରହ ଦେଖାଇନାହିଁ । ଦୀର୍ଘବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରି ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିଥିବା ନେତାମାନେ ଦଳର ଏଭଳି ଅପ୍ରତ୍ୟାଶିତ ବିପର୍ଯ୍ୟୟକୁ ନେଇ ଆକ୍ରୋଶ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି । ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଂଚିଲାଣି । ମାତ୍ର ଏସବୁକୁ ପ୍ରଶମିତ କରି ଦଳକୁ ଠିକଣା ବାଟରେ ନେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗଭର ହେବା ତ ଦୂରର କଥା ଏବେ ନିଜର ପୁରୁଣା ଫର୍ମକୁ ଫେରି ଦଳୀୟ ନେତାମାନଙ୍କଠୁ ମାତ୍ରାଧିକ ଦୂରତ୍ୱ ଅବଲମ୍ବନ କରିବାରେ ଲାଗିଲେଣି । ଆଉ ଖାସ୍ ଏହି କାରଣରୁ ଦଳ ଏବେ ଦିଶାହୀନ ହୋଇ ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ଆଡ଼କୁ ମୁହାଁଇବାରେ ଲାଗିଛି । ଦଳର ‘କ୍ରାଇସିସ୍ ମ୍ୟାନେଜର’ ତ ଦୂରର କଥା ଦଳୀୟ କର୍ମୀ ଓ ନେତାମାନଙ୍କୁ କିଏ ଭରସା ଦେବ ଏବଂ ସେମାନେ କାହାକୁ ବିଶ୍ୱାସ କରି ତୃଣମୂଳସ୍ତରରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବେ ସେଭଳି ଚେହେରା ମଧ୍ୟ ଆଗକୁ ଆଣିବାରେ ବିଜେଡି ସୁପ୍ରିମୋ ବିଫଳ ହୋଇଛନ୍ତି । ଦୀର୍ଘ ୮ମାସ ଧରି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଆଗରେ ରଖି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଯେଉଁ ଗୋଟିଚାଳନା କରୁଛନ୍ତି ତାହାବି ଏବେ ଫେଲ୍ ମାରିବାରେ ଲାଗିଛି । ବିଜେଡିର ନେତାମାନେ କୌଣସି ପରିସ୍ଥିତିରେ ‘ପାଣ୍ଡିଆନ ଓ ତାଙ୍କ ଟିମ’କୁ ହଜମ କରିବା ମୁଡରେ ନାହାନ୍ତି । ମାତ୍ର ନବୀନଙ୍କ ଅପାରଗତା ଓ ଅନାଗ୍ରହ ଯୋଗୁ ସଂଗଠନର ଅଘୋଷିତ ମୁଖିଆ ହୋଇ ଏବେ ପୁଣିଥରେ ପାଣ୍ଡିଆନ ମାତ୍ରାଧିକ ସକ୍ରିୟ ହୋଇଛନ୍ତି । ଯାହାକୁ ଖୋଲାଖୋଲି ବିରୋଧ କରିଛନ୍ତି ଅରୁଣ ଓ ଦେବାଶୀଷଙ୍କ ଭଳି ଆତ୍ମସମ୍ମାନ ଥିବା ରାଜନେତାମାନେ
ବିଜେଡି ହାରିବା ପଛର କାରଣ କହିଲେ ଅରୁଣ,ଏମିତି କାହାକୁ ଟାର୍ଗେଟ କରି କହିଲେ ଅରୁଣ ଯାହାକୁ ନେଇ ଏବେ ଚର୍ଚ୍ଚା

Leave a Reply