କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁରେଶ ରାଉତରାୟ

ଅକ୍ଷର ବ୍ୟୁରୋ : କଂଗ୍ରେସକୁ ପୁଣି ଫେରିଛନ୍ତି ସୁର ରାଉତରାୟ | ୯ ମାସ ପରେ ଦଳକୁ ଫେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ | ମାର୍ଚ୍ଚ ୨୭ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁର ରାଉତରାୟ | ସାନ ପୁଅ ମନ୍ମଥ ରାଉତରାୟ ବିଜେଡ଼ିରେ ମିଶିବା ପରେ ସୁର ରାଉତରାୟ ଏଭଳି ପଦକ୍ଷେପ ନେଇଥିଲେ | ଆଜି କଂଗ୍ରେସକୁ ଫେରିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ପୂର୍ବତନ ଜଟଣୀ ବିଧାୟକ ସୁରା ରାଉତରାୟ |

ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଦାସ | ସୁର ରାଉତରାୟ କହିଛନ୍ତି , ୧୯୬୨ରୁ ମୁଁ କଂଗ୍ରେସ ସହିତ ରହିଛି | କଂଗ୍ରେସ ଭବନ ହେଉଛି ମୋର ମନ୍ଦିର | କଂଗ୍ରେସରୁ ଦୁରେଇ ଯାଇ ବହୁତ କଷ୍ଟ ପାଇଛି ଆଉ ଆଜି ପୁଣି କଂଗ୍ରେସକୁ ଫେରି ବହୁତ ଖୁସି ଅଛି | ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି |

ଏକ ଚିଠି ମାଧ୍ୟମରେ ସୁର କହିଥିଲେ ଯେ , ସାନ ପୁଅ ମନ୍ମଥକୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହୋଇଥିଲେ | ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ବହୁତ କଷ୍ଟ ଦେଇଥିଲା | ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟିରୁ ଇସ୍ତଫା ଦେଇଥିବା ନେଇ ସୁରା କହିଛନ୍ତି | ସମସ୍ତ କମିଟୀରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି କହିଛନ୍ତି ସୁରା ରାଉତରାୟ | ଏବଂ ଆହୁରି ମଧ୍ୟ କହିଛନ୍ତି ଜୀବନ ଥିଲା ଯାଏଁ କଂଗ୍ରେସରେ ରହିବି ଏବଂ ଦଳର ଯାହା ସବୁ କାମ ଦେବେ କରିବି | ମୋ ଭୋଟ ଅନ୍ୟ ଦଳକୁ ଯିବା ନାହିଁ ବୋଲି କହିଛନ୍ତି ସୁର ରାଉତରାୟ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial