ବିଜୁ ବାବୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶାର ନିର୍ମାତା ବିଜୁ ବାବୁ | ସେ ଓଡିଶାର ପୁର୍ନଗଠନ କରିଥିଲେ , ଓଡ଼ିଶାର ଶିଳ୍ପନୀତିକୁ ବିଜୁ ବାବୁ ବହୁତ ଆଗକୁ ନେଇଥିଲେ | ଜଣେ ବରପୁତ୍ର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କ ଅବଦାନ ଅତୁଳନୀୟ |

ଏଣେ ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଆସିବାର ଥିଲା | ଆମେ ଆମର ଅସ୍ମିତାକୁ ଭୁଲି ଯାଉଛେ | ମନ୍ତ୍ରୀ ରବିନାରାୟଣ ନାୟକ ଆହୁରି କହିଛନ୍ତି , ବିଜେଡି ମନରେ ପାପ ଅଛି | ଓଡ଼ିଆ ଲୋକ କେବେ ବି ବିଜୁ ବାବୁଙ୍କୁ ଅସମ୍ମାନ କରିବେନି , କି କୌଣସି ରାଜନୈତିକ ଦଳ କରିବେନି | ଏ ସରକାର ଥିବା ଯାଏ ଆମେ ମହାପୁରୁଷଙ୍କୁ ସମ୍ମାନ ଦେବାରେ ଅବହେଳା କରିବୁ ନାହିଁ | ଲୋକେ ବିଜେଡି ପ୍ରତି ବୀତସ୍ପୃହ , କିନ୍ତୁ ବିଜୁ ବାବୁଙ୍କ ପ୍ରତି ନୁହେଁ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial