ଫତେଗଡ଼: ଫତେଗଡ଼ ଧାନଚାଙ୍ଗଡ଼ା ଗାଁରୁ ୨ ନାବାଳକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ନୂଆ ମୋଡ ନେଉଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେଇଛନ୍ତି ସାଙ୍ଘାତିକ ସୂଚନା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ଦେଇ କହିଛନ୍ତି ” ଗାମୁଛାରେ ତଣ୍ଟି ଚିପି ୨ ପୁଅଙ୍କୁ ହତ୍ୟା କରାଯାଇଛି । ବାପାଙ୍କ ଦ୍ୱିତୀୟ ବିବାହ ପାଇଁ ୨ ପୁଅ ବିରୋଧ କରିବାରୁ ରାସ୍ତାରୁ କଣ୍ଟା ହଟାଇଦେବାକୁ ସେମାନଙ୍କୁ ହତ୍ୟା କରାଯାଇଥିବା ନୟାଗଡ଼ ଏସପି ଏସ ସୁଶ୍ରୀଙ୍କ ସୂଚନା ଦେଇଛନ୍ତିl ଗିରଫ ଅଭିଯୁକ୍ତ ବାପା ଓ ଜେଜିମାଆ ହେଲେ ପ୍ରକାଶ ମହାନ୍ତି ଓ ତାଙ୍କ ମା’ ସୌରୀ ମହାନ୍ତି ।
ନୟାଗଡ ଜିଲ୍ଲା ଫତେଗଡ ଥାନା ବହୁ ଚର୍ଚ୍ଚିତ ଦୁଇ ନାବାଳକ ଭାଇ ହତ୍ୟା ଘଟଣାରେ ବାପା ପ୍ରକାଶ ମହାନ୍ତି ଓ ଜେଜେ ମା’ ସୌରୀ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଫତେଗଡ ପୋଲିସ l ଗତ ସୋମବର ଦିନ ଦୁଇ ଭାଇଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ହତ୍ୟାକରାଯାଇଥିବା ମାମୁଁ ଘର ଲୋକ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିଛି। ପିତ ପ୍ରକାଶ ମହାନ୍ତି ଓ ଜେଜେ ମା’ ସୋରୀ ମହାନ୍ତି ରବିବାର ରାତିରେ ଦୁଇ ଭାଇଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣା ପଡିଛି। ହତ୍ୟା କରିବାର ସାତ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ କିନ୍ତୁ ସଫଳ ହୋଇନଥିଲେ। ରବିବାର ବିଳମ୍ବିତ ରାତିରେ ୨ ଭାଇଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ସେ ପାଟି କରିବାରୁ ଆକାଶ ପାଟିରେ ତାର ଜେଜେ ମା ଲୁଗା ପୁରେଇ ଦେଇଥିଲା l ଯାହା ଫଳରେ ବାହାରକୁ ପାଟି ଶୁଣା ଯାଇନଥିଲା l ପରେ ସାନ ଭାଇ ବିକାଶକୁ ତଣ୍ଟି ଚପି ହତ୍ୟା କରିବା ପରେ ତାର ହାତକୁ ବାନ୍ଧି ଦୁଇ ଭାଇଙ୍କୁ ଗୋଟିଏ ରସିରେ ଓହଳାଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିବା ସମୟରେ ସବୁ ସତ ମାନିଛି ରାକ୍ଷସ ବାପ ପ୍ରକାଶ l ଅନ୍ୟପକ୍ଷରେ ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଏସପିଙ୍କୁ ଭେଟିଛନ୍ତି ମୃତ ନାବାଳକଙ୍କ ମାମୁଁ ଘର ଲୋକେ l
ପ୍ରକାଶ ମହାନ୍ତି ଭୁବେନେଶ୍ୱର ଭରତପୁରୁ ଠାରେ ଥିବା ଏକ ହୋଟେଲରେ କାମ କରି ପରିବାର ଗୁରୁରାଣ ମେଣ୍ଟାନ୍ତି, ସବୁ କିଛି ଠିକ ଠାକେ ଚାଲିଥିଲା, କିନ୍ତୁ ସ୍ତ୍ରୀ କୁମ ମହାନ୍ତିଙ୍କ ମୃତ୍ୟୁ ପରେ ସବୁ କିଛି ଉଲଟା ପାଲଟା ହୋଇ ଗଲା, ବାପା ବଦଳି ଗଲେ, ସଦାବେଳେ ବିବାହ ପାଇଁ ବାଉଳି ହେଲେ, ଯାହା ଫଳରେ ବାପା ପୁଅ ମଧ୍ୟରେ ବାରମ୍ବାର ବାରମ୍ବାର ଝଗଡା ଲାଗିଲା, ଘଟଣା ପୂର୍ବଦିନ ବାପାଙ୍କ ଦ୍ୱିତୀୟ ବିବାହ ପାଇଁ ଭୁବନେଶ୍ୱର ପାତ୍ରପଡା ଠାରୁ ପ୍ରସ୍ତାବ ଆସିବାକୁ ନେଇ ୨ପୁଅ ଅରାଜି ଥିଲେ l ଏପଟେ କିନ୍ତୁ ବାପା ଦ୍ୱିତୀୟ ବିବାହ କରିବାକୁ ଯେହ୍ନତେହ୍ନ ପ୍ରକାରେ ଚାହୁଁଥିଲେl ୨ ପୁଅ ଥିବାରୁ କେହି ଝିଅଦେବାକୁ ରାଜି ହେଉନଥିଲେ, ତେଣୁ ଏଥିପାଇଁ ବାପା ପ୍ରକାଶ ମହାନ୍ତି ଦୁଇ ପୁଅଙ୍କୁ ମାରି ଦେଇଛି ବୋଲି ସତ ମାନିଥିଲା । ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ଖଣ୍ଡପଡ଼ା ଥାନା ଅଧୀନ କୁଞ୍ଜବେଲି ଗ୍ରାମରେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅଥିଲେ, ବଡ଼ପୁଅ ଆକାଶ ମହାନ୍ତିକୁ ୧୪ ବର୍ଷ ହୋଇଥିଲା ବେଳେ ସାନପୁଅ ବିକାଶକୁ ୯ । ପ୍ରକାଶଙ୍କ ସ୍ତ୍ରୀ କୁମ ମହାନ୍ତି ଗତ ୩ ବର୍ଷ ତଳେ ସ୍ୱାମୀଙ୍କ ପରକ୍ରିୟା ପ୍ରୀତି ପାଇଁ ଆତ୍ମହତ୍ୟା କରିଥିଲେ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ଜିଦ କରୁଥିଲା, ତେବେ ଏଭଳି ବିବାହକୁ ତାଙ୍କର ବାପା ଅଚୁତ ମହାନ୍ତି ଏବଂ ତାଙ୍କ ଦୁଇ ପୁଅ ବିରୋଧ କରି ଆସୁଥିଲେ, ଏହି କଥାକୁ ନେଇ ମଧ୍ୟ ଘରେ ପାଟିତୁଣ୍ଡ ହେଉଥିଲା।
ବହୁଚର୍ଚ୍ଚିତ ଧାନଚାଙ୍ଗଡା ୨ ନାବାଳକ ମୃତ୍ୟୁ ଘଟଣା; ବାପା ଓ ଜେଜେମା କରିଛନ୍ତି ହତ୍ୟା!

Leave a Reply