ବରୁଣେଶ୍ୱର ମେଳା ପଡିଆରେ ପଡିଛି କୁଢ଼ କୁଢ଼ ଅଳିଆ, ମେଳା ପରେ ଅଳିଆ ସଫା କରିବାକୁ ଭୁଲି ଗଲେ ସ୍ଥାନୀୟ ପ୍ରଶାସନ

ଅକ୍ଷର ବ୍ୟୁରୋ : ବରୁଣେଶ୍ୱର ମେଳା ପଡିଆରେ ପଡିଛି କୁଢ଼ କୁଢ଼ ଅଳିଆ | ଗନ୍ଧରେ ଫାଟି ପଡୁଛି ସମଗ୍ର ପରିବେଶ | ମେଳା ପରେ ଅଳିଆ ସଫା କରିବାକୁ ଭୁଲି ଗଲେ ସ୍ଥାନୀୟ ପ୍ରଶାସନ | ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ | ଅଭିଯୋଗ ଅନୁଯାୟୀ ବରୁଣେଶ୍ୱର ମେଳା ଆଜକୁ ପାଞ୍ଚଦିନ ବିତିଥିଲେ ସୁଦ୍ଧା ପଡିଆ ସାରା ପଡି ରହିଛି ବିଭିନ୍ନ ଅଳିଆ ଆବର୍ଜନା | କେବଳ ପଡିଆ ନୁହେଁ ନିକଟରେ ଥିବା କୁଶଭଦ୍ରା ନଦୀ କୁଳରେ ପଡି ରହିଛି ପଚାସଡ଼ା ବାସୀ ଖାଦ୍ୟ ଯେଉଁଥିପାଇଁ ଦୁର୍ଗନ୍ଧରେ ଫାଟି ପଡୁଛି ସମଗ୍ର ଅଂଚଳ | ଅନ୍ୟପଟେ ସଫା କରିବା କାର୍ଯ୍ୟ ସ୍ଥାନୀୟ ପ୍ରଶାସନର ହୋଇଥିବା ବେଳେ କଣ ନିରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ | ତେଣୁ ଯଥାଶୀଘ୍ର ଏ ସବୁ ଅଳିଆ ଆବର୍ଜନା ଗୁଡିକୁ ସଫା କରିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial