
ଅକ୍ଷର ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବଞ୍ଚୋରେ ଦଧିବାମନ ଜୀୟୁଙ୍କ ୨୫ତମ ବାର୍ଷିକ ମହୋତ୍ସବ ତିନି ଧରି ମହାଆଡମ୍ବର ସହକାରେ ପାଳନ ହୋଇଅଛି। ପବିତ୍ର ବୈତରଣୀ ନଦୀରୁ କଳସରେ ଜଳ ଭରି ଜଗନ୍ନାଥ ମନ୍ଦିର ବେଢ଼ା ପରିକ୍ରମା ପରେ ଯଜ୍ଞ ସ୍ଥାପନା କରାଯାଇଥିଲାବେଳେ ପଣ୍ଡିତ, ବ୍ରାହ୍ମଣମାନଙ୍କ ମନ୍ତ୍ର ପାଠରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏଠାରେ ସ୍ଥାନୀୟ ଆଖପାଖ ଅଂଚଳରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ, ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ର ପୂର୍ବତନ ବିଧାୟକ ଭାଗୀରଥି ସେଠୀ, ମାୟାଧର ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ,ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଓ ବିଜେପି ନେତା ଆଲୋକ ସେଠୀ ପ୍ରମୁଖ ଯୋଗଦେଇ ବଞ୍ଚୋ ଏକ ଐତିହ ପରମ୍ପରାର ଗାଁ ବୋଲି ମତବ୍ୟକ୍ତ କରିଥିଲେ। ଏଠାରେ ବିଭିନ୍ନ ପ୍ରକାରର ଘରକରଣା ଦୋକାନ,ଖାଦ୍ୟ ସାମଗ୍ରୀ, ମିନା ବଜାର ସାଙ୍ଗକୁ ଅନୁସୟା ନାଥ ଓ ରଶ୍ମି ରଂଜନ ପଣ୍ଡାଙ୍କ ସାଥୀ ଭଜନ ସମାରୋହରେ ବେଶ୍ ଝୁମି ଥିଲେ ଦର୍ଶକ।ଏହି କାର୍ଯ୍ୟକ୍ରମକୁ ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଂଜନ ସାମନ୍ତସିଂହାର , ଶଶାଙ୍କ ଶେଖର ପୁହାଣ, ମାର୍କଣ୍ଡ ଚରଣ ଓଝା, ରମେଶ ବିଶ୍ଵାଳ ସମ୍ଫୃଣ୍ଣ ସହଯୋଗ କରିଥିଲେ।
ଭିଡିଓ
Leave a Reply