ଫେବୃଆରୀ ୧ତାରିଖରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ,ବଜେଟକୁ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅକ୍ଷର ବ୍ୟୁରୋ : ଆସନ୍ତା ଫେବୃଆରୀ ୧ତାରିଖରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ । ଏହି ବଜେଟକୁ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଆଗତ ପୂର୍ବରୁ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ | ପୁଣି ଅଷ୍ଟମ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା। ଦେଶରେ ମହଙ୍ଗାମାଡ଼ ଜାରି ରହିଥିବାବେଳେ ବଜେଟର ରୂପରେଖ କିପରି ରହିବ ତାଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ଯା ସମେତ ଅନ୍ଯାନ୍ଯ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁ ଉଭୟ ଗୃହର କାର୍ଯ୍ଯ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ବଜେଟ ଅଧିବେଶନରେ କିପରି ଶାନ୍ତିଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିବେ। ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ବଜେଟ ଅଧିବେଶନ ଆରମ୍ଭରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ। ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଗତ ଜାନୁଆରୀ ୨୩ରେ ବଜେଟ ଲାଗି ପାରମ୍ପରିକ ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial