ଅକ୍ଷର ବ୍ୟୁରୋ : ସରସ୍ବତୀ ପୂଜାକୁ ନେଇ ଲାଗିରହିଥିବା ଦ୍ଵନ୍ଦ ଏବେ ଦୂର ହୋଇଛି | ଫେବୁଆରୀ ୨ ନା ୩ ତାରିଖରେ ପାଳନ ହେବା ନେଇ ଦ୍ଵନ୍ଦରେ ଥିଲେ ଶ୍ରଦ୍ଧାଳୁ | ତେବେ ସେହି ଦ୍ଵନ୍ଦ ଦୂର ହୋଇଥିବା ବେଳେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ବତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି| ଚଳିତ ବର୍ଷ ବିଭିନ୍ନ ପାଞ୍ଜିରେ ସରସ୍ବତୀ ପୂଜା ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ କରାଯାଇଥିଲା | ଏନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ଵନ୍ଦ ଉପୁଜିଥିଲା ବେଳେ ଫେବୁଆରୀ ୨ ତାରିଖ ଦିନ ଶ୍ରୀପଞ୍ଚମୀ ତିଥିରେ ସରସ୍ବତୀ ପୂଜା ପାଳନ କରାଯିବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି |
ଫେବୁଆରୀ ୨ ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା :ଦୂର ହେଲା ଦ୍ୱନ୍ଦ

Leave a Reply