ଫସଲହାନି ଯୋଗୁଁ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ !

ଆଳି: ଅଦିନିଆ ବର୍ଷାରେ ଫସଲ ଉଜୁଡ଼ିଯିବା ପରେ ବିଷ ପିଇ ଆତ୍ମହତ୍ୟା ଚାଷୀ ।ଏଭଳି ଏକା ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଡିହ ଗାଁର କୈଳାସ ଚନ୍ଦ୍ର ଧଳ | ସେ ଧାର କରଜ କରି ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ ।ଏବଂ ନିଜର ୫ ଏକର ଜମି ସହିତ ଭାଗରେ ୩ ଏକର ଜମିରେ ଚାଷ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିଥିବାରୁ ଧାନ ଗଜା ହୋଇଗଲା । ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ଥିଲେ ଚାଷୀ । ଧାର କରଜ କରି ଚାଷ କରିଥିଲେ ଚାଷୀ | ତେବେ ଏହାକୁ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ । ତେଣୁ ଗତକାଲି ରାତିରେ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକ ଆଳି ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଚାଷୀଙ୍କ ପୁତୁରା କୁମାର ସେନ ଧଳ ଆଳି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial