ଅକ୍ଷର ବ୍ୟୁରୋ : ପ୍ରତୀକ୍ଷାର ହେଲା ଅନ୍ତ। ନୂଆ ପିସିସି ସଭାପତି ହେଲେ ଭକ୍ତ ଦାସ | ଗତ ୮ ମାସ ହେଲା ମୁଖିଆ ଶୂନ୍ୟ ହୋଇ ଥିବା ରାଜ୍ୟ କଂଗ୍ରେସକୁ ମିଳିଛି ସଞ୍ଜୀବନୀ । ଭକ୍ତ ଦାସ ହେଲେ ନୂଆ ପ୍ରଦେଶ କଂଗ୍ରେସ କମିଟିର ସଭାପତି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭବାନୀପାଟଣାର ପୂର୍ବତନ ବିଧାୟକ ଭକ୍ତ ଦାସଙ୍କୁ ରାଜ୍ୟ କଂଗ୍ରେସ ମୁଖିଆ ଭାବେ ନିଯୁକ୍ତି ମିଳିଛି । AICC ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଭକ୍ତ ଦାସଙ୍କୁ ପିସିସି ସଭାପତି ଭାବେ ଚୟନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ରାଜ୍ଯ କଂଗ୍ରେସର ମୁଖିଆ ଭାବରେ ତାଙ୍କୁ ଦାୟିତ୍ୱ ମିଳିଛି ଏ ଗୁରୁ ଦାୟିତ୍ୱ। ଏଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ପ୍ରେସ ଇସ୍ତାହାରରେ ଏହା ଜଣାପଡିଛି । ଫଳରେ ପଶ୍ଚିମ ଓଡିଶା ତଥା ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।ପ୍ରକାଶଥାଉ ଯେ, ୨୦୨୪ ଜୁଲାଇ ୨୪ ରେ ରାଜ୍ଯ କଂଗ୍ରେସକୁ ଭଙ୍ଗ କରାଯାଇଥିଲା । ଏହାକୁ ଖଡଗେ ଭଙ୍ଗ କରିଥିଲେ ସେହିସମୟରେ । ସେତେ ଦିନରୁ ରାଜ୍ଯ କଂଗ୍ରେସରେ ଏ ପଦ ଖାଲି ପଡିଥିଲା । ନିର୍ବାଚନ ପରେ ଦୀର୍ଘ ଦିନରୁ ଏ ପଦ ଖାଲି ପଡିଥିବା ଦେଖିବାକୁ ମିଳିଥିଲା । ଫଳରେ କଂଗ୍ରେସ ରାଜ୍ଯ ମୁଖିଆର ସନ୍ଧାନରେ ଥିଲା । ଯାହା ଏବେ ତାହାକୁ ମିଳିଛି ଭକ୍ତ ଦାସ ରୂପରେ । ପ୍ରକାଶଥାଉ ଯେ, ୧୫ ତମ ଲୋକସଭାରେ ସେ କଳାହାଣ୍ଡିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଜଣେ ସମାଜସେବୀ, ଓକିଲ ତଥା ସାମ୍ୱାଦିକ ଭାବରେ ମଧ୍ଯ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ୧୯୮୫ ମସିହାରେ ଭକ୍ତ ଦାସ ଭବାନୀପାଟଣାରୁ ଭକ୍ତ ଦାସ ବିଧାୟକ ଥିଲେ । ୧୯୮୯ ମସିହାରେ ସେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ଯାପର ମନ୍ତ୍ରୀ ଭାବରେ ମଧ୍ଯ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ଯ ରହି ସାରିଛନ୍ତି ନୂଆ ପିସିସି ସଭାପତି ।
ପ୍ରତୀକ୍ଷାର ହେଲା ଅନ୍ତ , ନୂଆ ପିସିସି ସଭାପତି ହେଲେ ଭକ୍ତ ଦାସ

Leave a Reply