ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଠୁଣି ଗ୍ରାମରୁ ୪୦ ଉର୍ଦ୍ଧ ଲୋକ ପିକନିକ ଯିବା ପାଇଁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା ବେଳେ ରଣପୁର ଥାନା ଅନ୍ତର୍ଗତ ଖଣ୍ଡିସ ଛକରେ ପୋଲୋ ତଳକୁ ବସ୍ ଟି ଖସିପଡିଥିଲା | ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି | ବସଟି ପାଖାପଖି ୫୦ ଫୁଟ ତଳକୁ ଖସିପଡିଛି | ରଣପୁରରୁ ଚାନ୍ଦପୁର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ସମ୍ପ୍ରସାରଣ କରିଥିବା ବେଳେ ସେହି ବ୍ରିଜର କାମ ଶେଷ ହୋଇନାହିଁ | ଘନ କୁହୁଡି ଏବଂ ବ୍ରିଜ ପାଖରେ ଟର୍ଣ୍ଣିଙ୍ଗ ଥିବାରୁ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡିଛି |
ପୋଲ ତଳକୁ ଖସିପଡ଼ିଲା ପିକନିକ ବସ୍ : ୨ଜଣଙ୍କ ମୃତ୍ୟୁ , ୩୫ରୁ ଊର୍ଦ୍ଧ୍ବ ଆହତ

Leave a Reply