ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗ୍ରାମରେ ଗତମାସ ୧୭ ତାରିଖ ରେ ପ୍ରାଥମିକ ବିଦ୍ୟାଳୟ ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିଲା, ଏକ ସପ୍ତାହ ତଳେ ଏହି ଗ୍ରାମ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ମଧ୍ୟ ଚୋରୀ ହୋଇଥିଲା, ଏହାକୁ ନେଇ କାକଟପୁର ପୋଲିସ ସ୍ୱତନ୍ତ୍ର ଟିମ୍ କରି ଘଟଣା ର ତଦନ୍ତ କରିବା ସମୟ ରେ ଓସ୍ତପୁର ନଦୀ ବନ୍ଧ ରୁ ୨ ଜଣ ସନ୍ଦିଗ୍ଧ କୁ କାବୁ କରିଥିଲା, ତାଙ୍କ ନିକଟରୁ ପାଖାପାଖି ଲକ୍ଷେ ଟଙ୍କା ର ବ୍ରାଉନସୁଗାର ଜବତ କରିଛି କାକଟପୁର ପୋଲିସ, ଗତକାଲି ବିଦ୍ୟାଳୟ ଚୋରୀ ସାମଗ୍ରୀ ଏକ ରାସ୍ତା କଡ଼ରୁ ପୋଲିସ ଉଦ୍ଧାର କରିଥିଲା, ୨ ଅପରାଧୀ ସ୍ୱୀକାର କରିଥିଲେ ଏହି ଚୋରୀ ରେ ସେମାନଙ୍କ ହାତ ରହିଥିବା ବେଳେ ଆଉ କିଛି ସଦସ୍ୟ ରହିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି, ଆଜି ଏନଡିପିଏସ ଆକ୍ଟ ରେ ଉଭୟ ଙ୍କୁ ପୋଲିସ କୋର୍ଟ ଚାଲାଣ କରି ଏହି ବାବଦରେ ସାମ୍ବାଦିକ ସମ୍ମିଳନୀ ଡକାଇ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି କାକଟପୁର ଥାନା ଭାରପ୍ରାପ୍ତ ଅଧିକାରି ଉମେଶ ଚନ୍ଦ୍ର ସାହୁ |
ପୋଲିସ କବ୍ଜାରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ରେ କଳାକନା ବୁଲେଇଥିବା ଚୋର , ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କଲେ ଥାନା ଅଧିକାରୀ

Leave a Reply