‘ପୁଷ୍ପା-୨’ର ଆଉ ଏକ ସିନ୍ ପାଇଁ ଅଲୁ ଅର୍ଜୁନଙ୍କ ନାମରେ ନୂଆ ଅଭିଯୋଗ

ନୂଆଦିଲ୍ଲୀ: ପୁଷ୍ପା-୨’ର ଆଉ ଏକ ସିନ୍ ପାଇଁ ଅଲୁ ଅର୍ଜୁନଙ୍କ ନାମରେ ଆସିଲା ନୂଆ ଅଭିଯୋଗ |ବରିଷ୍ଠ କଂଗ୍ରେସ ନେତା ତଥା ତେ‌ଲେଙ୍ଗାନା ଏମ୍‌ଏଲ୍‌ସି ଟିନ୍‌ମର୍‌ ମଲାନା ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ନେଇ ଆପତ୍ତି ଜାହିର କରିଛନ୍ତି। ଦୃଶ୍ୟରେ ଅଲୁ ଅର୍ଜୁନ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏକ ‘ସୁଇମିଂ ପୁଲ୍’ରେ ପରିଶ୍ରା କରୁଥିବାର ଦେଖିବାକୁ ମିଳିଛି। କଂଗ୍ରେସ ନେତା ଏହି ସିନ୍କୁ ଅସମ୍ମାନଜନକ କହିବା ସହ ଏହା ଆଇନ ଶୃଙ୍ଖଳା ଅଧିକାରୀଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ଏକ ମାମଲା ରୁଜୁ କରିବା ସହ ଅଲୁ ଅର୍ଜୁନଙ୍କ ସମେତ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାଇ , ଦଳାଚକଟାରେ ମହିଳା ମୃତ୍ୟୁ ମାମଲାରେ ଡିସେମ୍ବର ୧୩ ତାରିଖରେ ପୁଲିସ୍‌ ଅଭିନେତାଙ୍କୁ ଗିରଫ କରିଥିଲା। ତେଲେଙ୍ଗାନା ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial