ପୁଣି ଧକ୍କା ଦେଲା ମୋ ବସ: ପରିବା ବ୍ୟବସାୟୀ ଆହତ

କଟକ : ପୁଣି ଧକ୍କା ଦେଲା ମୋ ବସ | କଟକର ଏକ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇଛି ମୋ ବସ | କଟକ ମଲା ଚଣ୍ଡିଆ ଛକ ନିକଟରେ ଘଟିଛି ଦୁର୍ଘଟଣା | ଡ୍ରାଇଭର ବେପାରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟାଇଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା |ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ | ଗତ ଚାରି ତାରିଖରେ ଭୁବନେଶ୍ୱର ନନ୍ଦନକାନନ ରାସ୍ତାରେ ମୋ ବସ ଧକ୍କାରେ ଏକ ୧୨ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଦୁର୍ଘଟଣା ଘଟାଇଛି ମୋ ବସ|ପ୍ରଶ୍ନ ଉଠୁଛି ଯେ, ବାରମ୍ବାର ଏଭଳି ଭାବରେ ମୋ ବସ ଦୁର୍ଘଟଣା ଘଟାଇବା ପରେ ବି କାହିଁକି ଚୁପ ରହିଛି କ୍ରୁଟ୍‌ କତ୍ତୃପକ୍ଷ |

ଗତ କିଛି ଦିନ ତଳେ ନଦାନକାନନ ରୋଡ଼ ରଘୁନାଥପୁର ରାସ୍ତାରେ ଏକ ନାବାଳିକା ଉପରେ ମୋ ବସ ମାଡି ଯିବାରୁ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଥିଲା ବେଳେ ଏହାର କିଛି ମାସ ପୁର୍ବରୁ ଆଚାର୍ଯ୍ୟବିହାର ଛକ ନିକଟରେ ମଧ୍ୟ ମୋ ବସ ଧକ୍କାରେ ଏକ ଯୁବତୀ ଗୁରୁତର ହୋଇଥିଲେ | ଫଳରେ ତାଙ୍କର ଗୋଟିଏ ହାତ ଛିଡି ଯାଇଥିଲା |ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ମୋ ବସ ଡ୍ରାଇଭର ମାନଙ୍କ ପ୍ରତି ରାଗ ସ୍ପଷ୍ଟ ହୋଇଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial